ବାଲେଶ୍ଵର: ସୋନ ନଦୀ ଗର୍ଭରୁ ମିଳିଲା ମନ୍ଦିରର ଭଗ୍ନାବଶେଷ

Spread the love

ବାଲେଶ୍ଵର, ୨୬/୧୦ (ସନ୍ଧାନ ନିୟୁଜ): ନୀଳଗିରିରେ ପ୍ରବାହିତ ସୋନ ନଦୀରୁ ଆଜି ଏକ ଶିବ ମନ୍ଦିରର ଭଗ୍ନାବଶେଷ ମିଳିଛି। ନୀଳଗିରିରେ ଥିବା ବହୁ ପ୍ରାଚୀନ ମନ୍ଦିର ଓ ଐତିହ୍ୟର ପ୍ରସିଦ୍ଧି ଥିବାରୁ ଏହା ମଧ୍ୟ ଏକ ଐତିହ୍ୟ ବୋଲି ସାଧାରଣରେ ଆଲୋଚନା ହେଉଛି। ଘଟଣା ସ˚ପର୍କରେ ଜିଲ୍ଲା ପ୍ରଶାସନ ଅବଗତ କରାଯାଇଛି। ନୀଳଗିରି ବ୍ଲକ ଅଧୀନ ମଛୁଆ ପଞ୍ଚାୟତର କାଠପାଳ ଗ୍ରାମର କିଛି ଲୋକ ସୋନ ନଦୀକୁ ଜାଲ ପକାଇବାକୁ ଯାଇଥିବା ବେଳେ ନଦୀ ଗର୍ଭରେ ଏକ ଶିବ ମନ୍ଦିରର ଭଗ୍ନାବଶେଷ ଦେଖିବାକୁ ପାଇଥିଲେ। ଏହାର ଅନତି ଦୂରରେ ଥିବା ଅଯୋଧ୍ୟା ଗ୍ରାମରେ ବିଭିନ୍ନ ସମୟରେ ମାଟିତଳୁ ବହୁ ପୁରାତନ ତଥା ଭିନ୍ନ ଭିନ୍ନ ପ୍ରକାର ଦେବାଦେବୀ ମନ୍ଦିର ଓ ଐତିହାସିକ କୀର୍ତ୍ତିରାଜି ମିଳିଛି। ଏହାକୁ ଆଧାର କରି ରାଜ୍ୟ ସରକାରଙ୍କ ପ୍ରତ୍ନତତ୍ତ୍ବ ପକ୍ଷରୁ ଅଯୋଧ୍ୟାଠାରେ ଏକ ସ˚ଗ୍ରାହଳୟ ନିର୍ମାଣ କରାଯାଇଛି। ଜନମତ ଅନୁଯାୟୀ, ଏହି ମନ୍ଦିରଟି ଅଯୋଧ୍ୟାର ହୋଇଥାଇପାରେ ବୋଲି କୁହାଯାଉଛି। ଉପଯୁକ୍ତ ଗବେଷଣା କରାଗଲେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି କୁହାଯାଉଛି।

Related Posts

About The Author

Add Comment