ବାଲେଶ୍ବର ଆଇଟିଆଇ ଛକ ସ୍ଥିତ ଜଗନ୍ନାଥ ଶୀତଳ ଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକ୍

Spread the love

ବାଲେଶ୍ବର, ୨୫/୪ (ସନ୍ଧାନ ନିୟୁଜ) : ବାଲେଶ୍ବର ଆଇଟିଆଇ ଛକ ସ୍ଥିତ ଜଗନ୍ନାଥ ଶୀତଳ ଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକ୍ ହେଉଛି । ଗ୍ୟାସ୍ ଲିକ୍ ହେବା ଫଳରେ ଲୋକଙ୍କ ଆଖି ପୋଡିବା ସହ ବାନ୍ତି ଓ ମୁଣ୍ଡ ବୁଲାଉଛି । ଏହାକୁ ନେଇ ଲୋକେ ଅତଙ୍କିତ ହୋଇପଡିଛନ୍ତି । ବାରମ୍ବାର ଏଭଳି ହେଉଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ କରାଯାଉନଥିବାରୁ ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ଶୀତଳ ଭଣ୍ଡାରର ଆମୋନିଆ ଗ୍ୟାସ୍ ପାଇପ୍ ଟି ଫାଟିଯାଇଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

Related Posts

About The Author

Add Comment