ବାଲୁଚିସ୍ତାନ ପ୍ରାନ୍ତର ରାଜଧାନୀ କ୍ୱେଟାର ଏକ ମସଜିଦରେ ଶୁକ୍ରବାର ବୋମା ବିସ୍ଫୋରଣ

Spread the love

୧୬/୮ (ସନ୍ଧନ ନିଉଜ) :

*ପାକିସ୍ତାନ ବାଲୁଚିସ୍ତାନ ପ୍ରାନ୍ତର ରାଜଧାନୀ କ୍ୱେଟାର ଏକ ମସଜିଦରେ ଶୁକ୍ରବାର ବୋମା ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୫ ଜଣ ଆହତ ହୋଇଛନ୍ତି।*

*ସୂଚନା ଅନୁସାରେ କ୍ୱେଟା କୁଲଚଲକର ଅଞ୍ଚଳର ଏକ ମସଜିଦରେ ଏହି ବୋମା ବିସ୍ଫୋରଣ ହୋଇଛି। ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି। ପାକିସ୍ତାନ ପୁଲିସ୍‍ ଘଟଣାର ତଦନ୍ତ ଆରମ୍ଭ କରିଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏହା ପୂର୍ବରୁ ମଇରେ ବାଲୁଚିସ୍ତାନର ଏକ ମସଜିଦରେ ଅନୁରୂପ ବିସ୍ଫୋରଣ ଘଟିଥିଲା। ସେହି ବିସ୍ଫୋରଣରେ ୪ ଜଣ ପୁଲିସ୍‍ କର୍ମୀଙ୍କ ମୃତ୍ୟୁ ଘଟିଥିଲା ଓ ୧୧ ଜଣ ଆହତ ହୋଇଥିଲେ।*

Related Posts

About The Author

Add Comment