ଯାଜପୁର ସଦର,୨୩ା୦୨ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ସଦରଥାନା ଏବଂ ରସୁଲପୁର ବ୍ଲକ୍ର ବ୍ରାହ୍ମଣୀ ଓ କେଲୁଅ ନଦୀରୁ ହଜାର ହଜାର ଟ୍ରିପ୍ ବାଲି ଚୋରା ଚାଲାଣ ହେଉଥିବା ବେଳେ, ନାମକୁ ମାତ୍ର ବାଲି ଲିଜ୍ ଘାଟରୁ ଦେଖିବାକୁ ମିଳିଚି । ଯାହାକି ଟ୍ରାକ୍ଟର ଏବଂ ଡମ୍ଫର ସାହଯ୍ୟରେ ବାଲି ଚୋରା ଚାଲାଣ ହେଉଥିବା ବେଳେ, ପ୍ରଶାସନର ସେଥିପ୍ରତି ନଜର ନଥିବା ଦେଖିବାକୁ ମିଳିଚି । କେତେଟଙ୍କାରେ ଏହି ବ୍ରାହ୍ମଣୀ ନଦୀ ବାଲିଘାଟକୁ ନିଲାମ କରାଯାଇଚି ତାହା ଜନସାଧାରଣଙ୍କୁ ଜଣା ନଥିବାରୁ ଟ୍ରାକ୍ଟର ଏବଂ ଡମ୍ଫରରୁ ଓଦାବାଲି ପଡ଼ି ବିଭିନ୍ନ ସମୟରେ ଦୃଘଟଣା ମାନ ଘଟୁଚି । ଯାହାକି ବାଲି ରାସ୍ତାରେ ପଡ଼ିବାରୁ ଏହାକୁ ସଫା କରିବାତ ଦୁରର କଥା ବିଭିନ୍ନ ସମୟରେ ଦୃଘଟଣା ମାନ ଘଟୁଚି । ପ୍ରଶାସନ ଜଣାତରେ ଏହା କରାଯାଉଥିବା ବୁଦ୍ଧିଜିବୀ ମାନଙ୍କ ମହଲରେ ଏହି ଘଟଣାର ଚର୍ଚ୍ଚା ଚାଲିଚି । ଯାଜପୁର ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେବାଲାଗି ସାଧାରଣରେ ଦାବି ହେଉଚି । ବିଭିନ୍ନ ସମୟରେ ଚୋରାରେ ବାଲି ଯାଉଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିବାରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ହତ୍ୟାଧମକ ଦିଆଯାଉଚି । ଏହା ଉପରେ କାର୍ଯ୍ୟାନୁଷ୍ଠାନ କରାଯିବା ସହିତ ଚୋରା ବାଲି ଚାଲାଣ ରୋକାଯିବା ପାଇଁ ପ୍ରଶାସନ ନିକଟରେ ସାଧାରଣରେ ଦାବି କରାଯାଉଚି ।
ବାଲି ମାଫିଆଙ୍କ ନଜରରେ କେଲୁଅ-ବ୍ରାହ୍ମଣୀ ନଦୀବାଲି
|
February 23, 2021 |