ବାରିପଦା ୧୭/୦୮/୨୦୨୦ (ସନ୍ଧାନ ନିଉଜ) :- ସୁବର୍ଣ୍ଣରେଖା ନଦୀପଠାରୁ ଦୈନିକ ଶହଶହ ବାଲି ବୋଝେଇ ଟ୍ରକ ଚାଲିବା ଯୋଗୁଁ ଶୀର୍ଷା ମୁଖ୍ୟରାସ୍ତା ଶୋଚନୀୟ ହୋଇପଡିଛି । ଏ ନେଇ ବାରମ୍ବାର ଅଭିଯୋଗ ପରେ ବି ବାଲି ପରିବହନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳରେ ଗତକାଲି ରାତିରେ । ଶୀର୍ଷା ନିକଟସ୍ଥ ତୁଳସିବଣି ଗାଁ ରାସ୍ତାରେ ଗ୍ରାମବାସୀ ଓ ବାଲି ବ୍ୟବସାୟୀ ହାତାହାତି ହେବା ସହିତ ମାମଲା ଯାଇ ଥାନାରେ ପହଞ୍ଚିଛି। ଏଲ୍ ଏଣ୍ଡଟି କମ୍ପାନି ପକ୍ଷରୁ ଝାରପୋଖରିଆଠାରେ ନିର୍ମାଣଧୀନ ଓଭରବ୍ରିଜ କାମ ପାଇଁ ଶୀର୍ଷସ୍ଥିତ ସୁବର୍ଣ୍ଣରେଖା ନଈରୁ ବାଲି ଉତ୍ତୋଳନ କରାଯାଉଛି। ଏଥିପାଇଁ ଦୈନିକ ଶହଶହ ବାଲି ଟ୍ରକ ଚାଲିବା ଯୋଗୁଁ ଅଳ୍ପଦିନ ତଳେ ନିର୍ମିତ ହୋଇଥିବା ଶୀର୍ଷା ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗ୍ରାମବାସୀ ଏହାର ପ୍ରତିବାଦ କରିବା ସହିତ ନଷ୍ଟ ହୋଇଥିବା ରାସ୍ତାକୁ ମରାମତି କରିବା ପାଇଁ ଦାବି କରିଥିଲେ। ହେଲେ ବାଲି ପରିବହନକାରୀ କିଛି ନଶୁଣିବାରୁ ଗତକାଲି ରାତିରେ ତୁଳସୀବଣି ଗ୍ରାମର ଲଳିତ କୁମାର ଦାସ ଏହି ରାସ୍ତା ଦେଇ ଯାଉଥିବା ବାଲି ବୋଝେଇ ଟ୍ରକକୁ ଅଟକାଇବା ସହିତ ଏହା ଗ୍ରାମାଞ୍ଚଳ ରାସ୍ତା ହୋଇଥିବାରୁ ଗାଡ଼ି ଧୀରେ ଚଳାଇବାକୁ କହିଥିଲେ । କିଛି ସମୟ ପରେ ବାଲି ବେପାରୀ ସଙ୍ଗଠିତ ହୋଇ ତାଙ୍କୁ ଆକ୍ରମଣ କରିବା ସହିତ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ଖବର ପାଇ ଝାରପୋଖରିଆ ପୁଲିସ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ନିୟନ୍ତ୍ରଣ କରିବା ସହିତ ଅଟକ ଥିବା ୩ଟି ବାଲି ବୋଝେଇ ଟ୍ରକକୁ ଥାନାକୁ ଆଣିଥିଲେ। ଆଜି ଝାରପୋଖରିଆ ଥାନାରେ ଲଳିତ ଦାସଙ୍କ ଅଭିଯୋଗ ମୁତାବକ ଏକାଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ବାଲି କାରବାରରେ ସଂପୂକ୍ତ ଝାରପୋଖରିଆର ଉତ୍ତମ ଦଣ୍ଡପାଟଙ୍କ ଅଭିଯୋଗ ମୁତାବକ ଶୀର୍ଷା ଗ୍ରାମର ପ୍ରବୀର ପଟ୍ଟନାୟକ ଓ କାଳିଆ ନାମକ ଜଣେ ବ୍ୟକ୍ତି ତାଙ୍କ ଟ୍ରକକୁ ଅଟକାଇ ଚାନ୍ଦା ମାଗିବା ସହିତ ଟ୍ରକ ଡ୍ରାଇଭରକୁ ଆକ୍ରମଣ – କରିଥିବାର ପାଲଟା ଅଭିଯୋଗ – କରିଛନ୍ତି । ଜବତ ହୋଇଥିବା ଟ୍ରକମାନଙ୍କରୁ ସାରସକଣା ତହସିଲ । ତରଫରୁ ୧ ଲକ୍ଷ ୫୦ ହଜାର ୬୩୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।ଗାଁ ରାସ୍ତା ଦେଇ – ଭାରୀଯାନ ଓ ବାଲି ବୋଝେଇ ଗାଡି ଚଳାଚଳ ବନ୍ଦ କରିବାକୁ । ଶୀର୍ଷା ସରପଞ୍ଚଙ୍କ ସହିତ ଗ୍ରାମବାସୀ ଆଜି ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ବାଲି ଗାଡି ଅଟକାଇଲେ ଗ୍ରାମବାସୀ
|
August 17, 2020 |
![](https://sandhannews.com/wp-content/uploads/2019/04/BREAKING-NEWS-SANDHAN.png)