ବାଲି ଖୋଳୁଖୋଳୁ ବାହାରିଲା ମହାଦେବଙ୍କ ଶିବ ଲିଙ୍ଗ

Spread the love

ଯାଜପୁର/ସନ୍ଧାନ ନିଉଜ୍/୧୬/୦୩/(ପ୍ରଶାନ୍ତ ସାମଲ)ଯାଜପୁର ଜିଲ୍ଲା ଦଶରଥପୁର ତହସିଲ୍ ଅଞ୍ଚଳରେ ବୈତରଣୀ ନଦୀ କୂଳରେ ଥିବା ସିଦ୍ଧେଶ୍ଵର ଘାଟ ନିକଟସ୍ଥ ନଦୀ ମଧ୍ୟରୁ ଜେସିବି ମେସିନ୍ ସାହାଯ୍ୟରେ ବାଲି ଖୋଳୁ ଥିବା ସମୟରେ ଆଜି ନଦିଗର୍ଭରୁ ପ୍ରାୟ ତିନି ଫୁଟ୍ ଉଚ୍ଚତାର ଏକ ପ୍ରାଚୀନ ଶିବଲିଙ୍ଗ ଦେଖିବାକୁ ମିଳିଛି । ମେସିନର ବକେଟ୍ ମାଡ଼ରେ ସେହି ଲିଙ୍ଗର କିଛି ଅଂଶ ଭାଙ୍ଗି ଯାଇଛି ବୋଲି କୁହାଯାଉଛି ! କେବଳ ସେତିକି ନୁହେଁ ଦୁଇଟି ଭଗ୍ନ ଅମୁହାଁ ମନ୍ଦିର ମଧ୍ୟ ସେଠାରେ ପୋତି ହୋଇ ରହିଥିବା ଦେଖିବାକୁ ମିଳିଛି ! ଏହି ଖବର ପ୍ରଚାରିତ ହେବା ପରେ ସିଦ୍ଧେଶ୍ଵର ମହାଦେବ ମନ୍ଦିର ପୂଜକ ମାନେ ସେଠାରେ ସେହି ଲିଙ୍ଗକୁ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଥିବା ବେଳେ ତାହାକୁ ଦେଖିବାକୁ ଯାଜପୁର ସମେତ ପଡୋଶୀ ଭଦ୍ରକ କେନ୍ଦୁଝର ଜିଲ୍ଲାର ଶ୍ରଦ୍ଧାଳୁ ମାନେ ସେଠାରେ ଭିଡ଼ ଲଗାଇଥିବା ଦେଖାଯାଇଛି ! ସେଠାରେ ପୂର୍ବରୁ କୌଣସି ଏକ ମହାଦେବ ମନ୍ଦିର ରହିଥିଲା ଏବଂ ଧୀରେ ଧୀରେ ତାହା ନଦୀ ଗର୍ଭରେ ବିଲୀନ ହୋଇ ଯାଇଥିବା ଏଥିରୁ ଅନୁମାନ କରାଯାଉଛି ! ତେଣୁ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ତୁରନ୍ତ ଏହି ସ୍ଥାନକୁ ନିଜ ଅଧିନକୁ ନେଇ ସେହି ସ୍ଥାନର ଉତଖନନ ପୂର୍ବକ ସେ ମନ୍ଦିର ସମ୍ପର୍କରେ ଜନସାଧରଣଙ୍କୁ ଅବଗତ କରାଇବା ସହ ଆବିଷ୍କୃତ ଲିଙ୍ଗ ଓ ମନ୍ଦିରର ସୁରକ୍ଷା ପାଇଁ ଏବେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ! ଜିଲ୍ଲା ପ୍ରଶାସନ ମଧ୍ୟ ସେହି ଲିଙ୍ଗ ଓ ମନ୍ଦିରର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନସାଧରଣରେ ଦାବି ହେଉଛି ।

Related Posts

About The Author

Add Comment