ଜେନାପୁର/ ୨୩/୦୧/(ସନ୍ଧାନ ନିଉଜ୍(ଆଲୋକ ବେହେରା) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ ଅଧିନସ୍ତ ଅନ୍ଧାର ଗୋଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଲିକୁଦିଆ ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କର ଜନ୍ମ ଜୟନ୍ତୀ ବହୁ ଆଡମ୍ବର ସହ ପାଳନ ହୋଇଯାଇଛି ।। ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ କୋଦଣ୍ଡ ଧର ନାୟକଙ୍କ ସଭାପତିତ୍ୱରେ ସଭକାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳଙ୍କ ଦ୍ୱାରା ପୁରଷ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ନାୟକ । ଅନ୍ୟତମ ଅତିଥି ଭାବେ ଲଚ୍ଚମନ ବାରିକ୍ ,ଏବଂ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ସର ଓଡ଼ିଶାର ୧୨୫ ତମ ନେତାଜୀ ଜୟନ୍ତୀ କମିଟି ର ସମ୍ପାଦକ ଅକ୍ଷୟ କୁମାର ଦାସ ।। ଏହି ପରିପକ୍ଷୀରେ ମୁଖ୍ୟ ବକ୍ତା ଅନେକ ଜଣା ଅଜଣା କଥା ସବୁ ଆଲୋଚନା କରିଥିଲେ ଯେମିତି କି ଆଜିର ସମାଜ ରେ କେମିତି ଅନ୍ୟାୟ, ଅତ୍ୟାଚାର ହେଉଛି । ଆଗରୁ ନେତାଜୀଙ୍କର ଭୂମିକା ଏବଂ ଏବେକାର ଛାତ୍ର ଛାତ୍ରୀ ମାନଙ୍କର ଭୂମିକା ବିଷୟରେ ଆଲୋଚନା କରିଥିଲେ । ପରିଶେଷରେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ରେ ସଫଳତା ଲାଭ କରିଥିବା କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସସ୍କୃତ କରାଯାଇଥିଲା ।ଦୀର୍ଘ ବର୍ଷ ଧରି ଆମ ଅଞ୍ଚଳର SUCI କମ୍ୟୁନିଷ୍ଟ ପାର୍ଟି ନେତାଜୀଙ୍କ ସ୍ମୃତିକୁ ମନେ ପକାଇ ପାଳନ କରିଆସୁଛି ବୋଲି ସୂଚନା ମିଳିଛି ।ଏହି ସଭାଟିକୁ ପରିଚାଳନା କରିଥିଲେ ଶିକ୍ଷକ ଲଷ୍ମୀଧର ମଲ୍ଲ, ନାରାୟଣ ପରିଡ଼ା, ମନୋରଞ୍ଜନ, ଇନ୍ଦ୍ରଜିତ ରାଉତ, ଶ୍ରୀକାନ୍ତ ବେହେରା ଏବଂ ସଞ୍ଜୟ କୁମାର ମଲ୍ଲ ।
ବାଲି କୁଦିଆ ଠାରେ ୧୨୫ ତମ ନେତାଜୀ ଜୟନ୍ତୀ ବହୁ ଆଡମ୍ବନା ସହ ପାଳନ ହୋଇଯାଇଛି ।।
|
January 23, 2023 |




