ବାଲି ଉଠାଣକୁ ନେଇ ବିଭିନ୍ନସ୍ଥାନରେ ବାଲିମାଫିଆ ଓ ଗ୍ରାମବାସୀ ମୁହାଁମୁହିଁ

Spread the love

ଭଣ୍ଡାରିପୋଖରୀ,: ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଓ ବରାହନୂଆପଡା ଗ୍ରାମବାସୀମାନେ ବାଲି ପରିବହନକାରୀ ମାଫିଆଙ୍କ ସହ ବୁଧିବାର ମୁହାଁମୁହିଁ ହୋଇଥିôବା ଜଣାଯାଇଛି । ଆଖୁଆପଦା ଜଳସମ୍ପଦ ବିଭାଗ ପକ୍ଷରୁ ନଦୀରୁ ବାଲି ଉଠାଯାଉଥିବା ରାସ୍ତାକୁ ଟ୍ରେଞ୍ଚ ଖୋଳି ପୂର୍ବରୁ ବନ୍ଦ କରାଯାଇଥିଲା । ବାଲିମାଫିଆମାନେ ଏହି ଟ୍ରେଞ୍ଚକୁ ପୋତି ଦେଇ ବାଲିଉଠାଣ କରିଥିଲେ । ଜଳସମ୍ପଦ ବିଭାଗ ପକ୍ଷରୁ ପୁର୍ନବାର ବୁଧବାର ଟ୍ରେଞ୍ଚ ଖୋଳାଯିବାରୁ ବାଲିଉଠାଣ କରୁଥିବା ମାଫିଆମାନେ ଉତକ୍ଷିପ୍ତ ହୋଇ ଜଗନ୍ନାଥପ୍ରସାଦ ଗ୍ରାମବାସୀଙ୍କୁ ଏଥିପାଇଁ ଦାୟୀ କରି ଗାଳିଗୁଲଜ କରିଥିବାରୁ ଗ୍ରାମବାସୀମାନେ ଏହାର ପ୍ରତିକାର କରିବାକୁ ପ୍ରସ୍ତୁତ ହେଉଥିବା ଜଣାଯାଇଛି । ଏହାଯୋଗୁଁ ଗ୍ରାମରେ ଗଣ୍ଡଗୋଳର ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ମଣିନାଥପୁର ଗ୍ରାମ ବୈତରଣୀ ନଦୀରୁ ଚୋରାରେ ବାଲି ଉଠାଣ କରି ପରିବହନ କରୁଥିବା ଟ୍ରାକ୍ଟରଗୁଡିକୁ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତାର ବରାହନୂଆପଡା ଗ୍ରାମବାସୀମାନେ ବୁଧବାର ସକାଳେ ଅଟକ କରିଥିବା ଜଣାଯାଇଛି । ସେଥିଯୋଗୁଁ ବାଲିଚୋର ଓ ଅଟକ କରଥିବା ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ଘନିଭୂତ ହୋଉଥିବାରୁ ଆଗାମୀ ଦିନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ତହସିଲ ଓ ପୁଲିସ ପ୍ରଶାସନ ଏ ସମ୍ପର୍କରେ ସତର୍କ ଦୃଷ୍ଟି ରଖି ବେଳହୁଁ ପଦକ୍ଷେପ ନେବାକୁ ଦାବି ହୋଇଛି ।

Related Posts

About The Author

Add Comment