ଜେନାପୁର୨୦/୦୫/ସନ୍ଧାନ ନିଉଜ୍-) ପ୍ରଶାନ୍ତ ସାମଲ)
ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ସୁକୁଟିଝର ମୌଜାରେ ତିଆରି ହୋଇଛି ଏକ ଶିଳ୍ପସଂସ୍ଥା! ଯାହା ଏଭର ସେଣ୍ଡାଇ ନାମରେ ନାମିତ ଅଛି.ଏହା ଏକ ଶିଳ୍ପ ସଂସ୍ଥା ଯାହାକି ଏଠାରେ ଦୀର୍ଘ ଆଠ ମାସରୁ ଉର୍ଦ୍ଧ ସମୟ ହେଲା ବେଆଇନ ଭାବରେ ଚାଲୁଛି.ଏହି ଶିଳ୍ପ ସଂସ୍ଥା ଗୋଚର, ଅନାବାଦୀ, ଜଙ୍ଗଲ କିସମ ଜାଗାରେ ତିଆରି ହୋଇଛି.ତାହା ପୁଣି ଜାତୀୟ ରାଜପଥ କଡରେ.ଶିଳ୍ପସଂସ୍ଥା ଆଗରେ କୌଣସି ସୂଚନା ଫଳକ କିମ୍ବା କମ୍ପାନୀର ନାମ ଲେଖା ଯାଇ ନଥିବା ଦେଖିବାକୁ ମିଳିଛି.ଶିଳ୍ପ କରିବାକୁ ସରକାରଙ୍କ ଅନେକ ନିୟମ ରହିଥିବା ବେଳେ ଏଠାରେ ତାହା କାର୍ଯ୍ୟକାରୀ କରାଯାଉନାହିଁ.ବେଆଇନୀ ଭାବରେ ସରକାରୀ ଜାଗାକୁ ଅକ୍ତିଆର କରି ଶିଳ୍ପ ତିଆରି କରାଯାଇଛି.ଯାହାଫଳରେ ଆଜି କମ୍ପାନୀର କେମିକାଲ ତରଳ ପଦାର୍ଥ ବାହାରକୁ ଖୋଲାରେ ଛାଡିଦେଇଛନ୍ତି!ଯାହା ଦ୍ଵାରା ଗୋରୁ ଗାଈ ଚରାବୁଲା କରୁଥିବା ବେଳେ ସେହି ପାଣିକୁ ପିଇ ଅନେକ ଗାଇ ମୃତ୍ୟୁ ବରଣ କରିଛନ୍ତି! ଘଟଣା ସ୍ଥଳରେ ଧର୍ମଶାଳା ଭି ଏସ ଓ ଜେନାପୁର ପୋଲିସ ତଦନ୍ତ ଜାରି ରଖିଛି! କେବେ ଏହି ବେଆଇନୀ କାରଖାନା ଉପରେ ଲଗାମ ଦିଆଯିବ ତାହା ସାଧାରଣରେ ପ୍ରଶ୍ନ ଉଠୁଛି.
ବାଲିସାହି ନିକଟସ୍ଥ ଏଭର ସେଣ୍ଡାଇ ନାମରେ ନାମିତ ଏକ କମ୍ପାନୀର ବିଷାକ୍ତ ପାଣି ପିଇ ଅନେକ ଗାଈ ଗୋରୁ ମୃତ
|
May 20, 2023 |
![](https://sandhannews.com/wp-content/uploads/2023/05/Picsart_23-05-20_22-00-35-389-1.jpg)