ବାଲିସଙ୍କରା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ୨୩ ୟୁନିଟ ରକ୍ତ ସଂଗହ

Spread the love

ସୁନ୍ଦରଗଡ, ୩/୭/୨୦୨୧ ( ସନ୍ଧାନ ନିଉଜ/ରାଜୁ ପଟେଲ) : ବାଲିସଙ୍କରା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ମୋ ଓଡିଶା ପରିବାର ତରଫରୁ ଜୀଵନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହିଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ବୈକୁଣ୍ଠ ନାଏକଙ୍କ ତତ୍ୱବାଧାନରେ ଏହି ସ୍ୱଚ୍ଛ ରକ୍ତଦାନ ସିବିରରେ ଜିଲ୍ଲାର ବିଜେଡି ସଭାପତି ବିନୟ ଟପ୍ପୋ ଯୋଗଦେଇ କାର୍ଯ୍ୟକ୍ରମକୁ ଉତଘଟନ କରିଥିଲେ । ଅନ୍ୟ ଅତିଥି ରୁପେ ଯୋଗଦେଇ ବିଜୁ ଜନତା ଦଳର ଯୁବ ସଭାପତି ଦେବେନ୍ଦ୍ର ପ୍ରାସାଦ ମାଝି, ବିଜେଡି ବ୍ଲକ ସଭାପତି କେଶବ ରଣା,ବ୍ଲକ ଯୁବ ସଭାପତି ରଞ୍ଜନ ସିଂ,ପୂର୍ବତନ ଅଧ୍ୟକ୍ଷ କୁଞ୍ଜକତା ଭିଟ୍ରିଆ ସହିତ ବିଜୁ ଜନତା ଦଳର କର୍ମକର୍ତ୍ତା ଜିଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସର୍ବମୋଟ ୨୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସ୍ୱଇଚ୍ଛାରେ ରକ୍ତଦାନ କରୁଥିବା ବ୍ୟକ୍ତିଙ୍କୁ ଜିଲ୍ଲା ସଭାପତି ଧନ୍ୟବାତ ଜଣାଇବା ସହିତ ପ୍ରତ୍ୟେକ ଜୀବନ ମୂଲ୍ୟବାନ ଓ ତାର ପାରୁ ପର୍ଯ୍ୟନ୍ତ ଦାଇତ୍ୱ ନେବା ପ୍ରତ୍ୟେକ ମାନବର ଧର୍ମ ବୋଲି କହିଛନ୍ତି । ଏହି ସଂଗ୍ରହ ରକ୍ତ ପ୍ରତେକ ଆବଶ୍ୟକ ବ୍ୟକ୍ତିଙ୍କୁ ଜରୁରୀକାଳୀନ ଭିତ୍ତିରେ ବିନମୂଲ୍ୟଲେ ଦିଆଯିବ ବୋଲି ଜିଲ୍ଲା ସଭାପତି କହିଛନ୍ତି ।।

Related Posts

About The Author

Add Comment