ସୁନ୍ଦରଗଡ, ୨୪/୭/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ବାଲିସଙ୍କରା ପଞ୍ଚାୟତ ସମିତି ମହାବିଦ୍ୟାଳୟ ରେ ବିଜେପି ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ଏଥିରେ ମାନ୍ୟବର ସସୁନ୍ଦରଗଡ ବିଜେପି ସଭାପତି ତଥା ତଲସରା ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କକର୍ଯ୍ୟକ୍ରମକୁ ବାଲିସଙ୍କରା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କୁଳମଣି ସାହୁଙ୍କ ତତ୍ୱବାଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲିସଙ୍କରା ମଣ୍ଡଳର ବିଜେପି ଦଳର ଯୁବ ନେତା ସୁଶାନ୍ତ ପଟେଲ,ସୁରଟ କୁମାର ବେହେରା,କୁଲୁ ପଣ୍ଡା,ନନ୍ଦନ ସିଂ,ସୁଜିତ ଦାସ ,ଦଳର ବରିଷ୍ଠ ନେତା ରବିଚନ୍ଦ୍ର ପଟେଲ ଓ ପର୍ଶୁରାମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ରକ୍ତ ଭଣ୍ଡାର କାଉନସିଲର ସୁଶ୍ରୀ ପ୍ରଶ୍ନପ୍ରଭା ନାଏକ, ଲେବ ଟେକନିସିଆନ ସୌରଭ ସିଂ ଏଟେନଡେଣ୍ଟ କୃଷ୍ନା ଦିଉରିଆଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସର୍ବମୋଟ ୩୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
ବାଲିସଙ୍କରା ପଞ୍ଚାୟତସମିତି ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର ଅନୁଷ୍ଠିତ ,୩୬ ୟୁନିଟ ରକ୍ତ ସଂଗ୍ରହ
|
July 24, 2021 |
