ବାଲିବିଲି ପ୍ରାଥମିକ ବିଦ୍ୟାଳୟର ଦୁିର୍ନିତିୀରେ ପୂର୍ଣ୍ଣଚ୍ଛେଦ ପଡିଲା, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

Spread the love

ଯାଜପୁର, ୧୦/୦୫/୨୦୨୨ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ଶିକ୍ଷା ସର୍କଲ ଅନ୍ତର୍ଗତ ନେଉଳପୁର ପଂଚାୟତ ୧ନମ୍ବର ୱାଡ ବାଲିବିଲି ପ୍ରକଳ୍ପ ପ୍ରାଥମିକ ବିଦ୍ୟଳୟରେ ଦୀର୍ଘଦିନ ଧରି ଆଖିବୁଜା ଦୁର୍ନିିତ ହୋଇଆସୁଥିଲା । ଏଥିରେ ଦୀର୍ଘଦିନରୁ ସ୍ଥାର୍ନୀ କଂଟିଗଡିଆ ଗ୍ରାମର ଆର୍ତ୍ତତ୍ରାଣ ସେଠୀ ପ୍ରଧାନ ଶିକ୍ଷକ ଭାବେ ରହିଆସୁଥିବା ବେଳେ ସେ ମିଥ୍ୟା ବିଦ୍ୟାଳୟରେ ବହୁ ସଂଖ୍ୟାକ ଛାତ୍ରଛାତ୍ରୀ ପଢ଼ୁଥିବାର ଦର୍ଶାଇ ସେମାନଙ୍କ ପାଇଁ ଆସୁଥିବା ଖାଦ୍ୟ ଡ୍ରେସ ଏବଂ ଅନ୍ୟାନ ସମସ୍ତ ଟଙ୍କା ପଇସା ହଡପ କରିଆସୁଥିଲେ । ଏପରକି ବିଲକୁଲ ବିଦ୍ୟାଳକୁ ଆସୁନଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ଖାଦ୍ୟ ବିଲକୁଲ ରନ୍ଧା ହେଉନଥିଲା । ଏନେଇ ବାରମ୍ବାର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲେବି ରାଜନୌତିକ କାରଣରୁ ଚାପ ପକାଇ ଏହାକୁ ଦବାଇ ଦେଉଥିଲେ । ତେବେ ୨୮.୦୪.୨୦୨୨ରେ ବିଭାଗ ପତ୍ର ସଂଖ୍ୟା ୯୦୪ରେ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ହୋଇଥିଲା । ହେଲେ ଏହାକୁ ମଧ୍ୟ ଆଣଦେଖା କରିଥିଲେ ପ୍ରଧାନ ଶିକ୍ଷକ ଶ୍ରୀ ସେଠୀ । ଫଳରେ ବ୍ଲକ ଶିକ୍ଷା ଅଧିକାରୀ ୯୫୮ ତା ୦୯.୦୫.୨୦୨୨ରେ ତାଙ୍କୁ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଧେଶ ଅବମାନନା ଏବଂ ବିଭିନ୍ନ ଦୁର୍ନିିତରେ ଲିପ୍ତ ରହିବା ଯୋଗୁ କାର୍ଯ୍ୟରୁ ନିଲମ୍ବିତ କରିବା ସହିତ ତାଙ୍କ କାର୍ଯ୍ୟସ୍ଥାନ କ୍ଷେତ୍ରପାଳ ବିଦ୍ୟାଳୟକୁ ସ୍ଥିରିକୃତ କରିଛନ୍ତି । ତେବେ ଏହି ଘଟଣାକୁ ସ୍ଥାନୀୟ ଅଂଚଳରେ ବୁଦ୍ଧିଜିବୀ ମାନେ ସ୍ୱାଗତ କରିଛନ୍ତି ।

Related Posts

About The Author

Add Comment