ହାଟଡ଼ିହି, ୩/୨(ସନ୍ଧାନ ନିୟୁଜ) : ବାଲିବରେଇ ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଓ ୱେସାଇଟ ଉଦଘାଟିତ ହୋଇଯାଇଛି । ପୁର୍ଣ୍ଣେନ୍ଦୁ ଥାଟୋଇ, ସତ୍ୟନାରାୟଣ ଜେନା ଓ ଚିନ୍ମୟୀ ପହିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୪୦ବର୍ଷର ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦେଇ ବିଦ୍ୟାଳୟର ଉତୋରତ୍ତର ଉନ୍ନତି କାମନା କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପୁର୍ବତନ ଶିକ୍ଷକ ଗୋପୀନାଥ ରାଉତ, ନରହରି ପାଣିଗ୍ରାହୀ, ଶତୃଘ୍ନ ପାଣିଗ୍ରାହୀ, ଯୁଦ୍ଧିଷ୍ଠିର ପେଡା, ବଳରାମ ମିଶ୍ର, ଗୋପୀନାଥ ଆୟଚ, ବିଷ୍ଣୁପଦ ଜେନା, ଅନନ୍ତ ଚରଣ ରାଉତ, ରସାନନ୍ଦ ନାୟକ, ଅର୍ଜୁନ ବେହେରା, ହୃଷିକେଶ ଚକ୍ର, ପ୍ରଫୁଲ ମଲ୍ଲିକ, ଅପର୍ଣ୍ଣା ବେହେରା, ଭଗବାନ ବେହେରା, ମୋନାଲିସା ସାମନ୍ତ, ରତ୍ନମଣି ଧଳ, ରକ୍ଷାକର ଦାସ, ବାଳକୃଷ୍ଣ ବେହେରା, ଅଜୟ ନାୟକ, ଜନାର୍ଦ୍ଦନ ରାଉତ, ବାଳକୃଷ୍ଣ ମୁଦୁଲି ପ୍ରମୁଖ ପୁରାତନ ଓ ବର୍ତ୍ତମାନର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ ସ୍କୁଲରେ ଶୈକ୍ଷିକ ପରିବେଶ ପାଇଁ ସଙ୍କଳ୍ପବଦ୍ଧ ଓ ସମସ୍ତଙ୍କ ପ୍ରଚେଷ୍ଟାରେ ବିଦ୍ୟାଳୟର ଗୌରବ ବୃଦ୍ଧି ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ପରିସରରେ ଏକ କକ୍ଷ ଖୋଲାଯିବାକୁ ଶିକ୍ଷକ ମୋହନ ଚରଣ ମହାନ୍ତି ପରାମର୍ଶ ଦେଇଥିଲେ । ଏହି ଅବସରରେ ପୁରାତନ ଓ ବର୍ତ୍ତମାନର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପୁରାତନ ଛାତ୍ର ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଅନାଦି ଚରଣ ପହି, ବୈଷ୍ଣବ ଚରଣ ପୁହାଣ, ତ୍ରିଲୋଚନ ପହି, ଗୋପାଳପଟ୍ଟନାୟକ, ଭଗବାନ ପ୍ରସାଦ ବେହେରା, ଗୁଣାକର ମିଶ୍ର, ମନ୍ଦରଧର ସାମଲ, ପିତବାସ ନାୟକ, ବନମାଳି ମଲ୍ଲିକ, ରଘୁନାଥ ପତି ପ୍ରମୁଖ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟର ଅଭିଚ୍ଛେଦ୍ୟ ଅଙ୍ଗ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଏକ ୱେବସାଇଟ ଉନ୍ମୋଚିତ କରାଯାଇଥିବାବେଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିନୋଦ ବିହାରୀ ଜେନା, ଶଶି ଭୂଷଣ ପୁହାଣ, ରମେଶ ଚନ୍ଦ୍ର ସାମଲ, ହୃଦାନନ୍ଦ ନାୟକ, ରତ୍ନାକର ପତି, ଅଶୋକ ପହି ପ୍ରମୁଖ କାର୍ଯ୍ରକ୍ରମ ପରିଚାଳନା କରିଥିବାବେଳେ ବିଷ୍ଣୁପଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ବାଲିବରେଇ ହାଇସ୍କୁଲରେ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ ଓ ୱେବସାଇଟ ଉନ୍ମୋଚିତ
|
February 3, 2019 |
