ବାରିପଦା,ବହଳଦା, ୮/୯(ସନ୍ଧାନ ନ୍ୟୁଜ୍,): ମୟୁରଭଞ୍ଜ ଜିଲ୍ଲାର ଅରିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ରାଜସ୍ୱ ବିଭାଗ) ବିବେକାନନ୍ଦ ସାହୁ ଆଜି ଅଚାନକ ବାଙ୍ଗିରିପୋଷି, ବହଳଦା ତିରିଂ ଅଞ୍ଚଳ ଗସ୍ତ କରି ବେଆଇନ୍ ଭାବେ ଚାଲୁ ଥିବା ବାଲିଘାଟ ଓ ପଥର ଖାଦାନରେ ଚଢ଼ଉ କରି ଥିଲେ । ଏହି ସମୟରେ ବେଆଇନ ପରିବହନ କରୁଥିବା କେତେକ ପଥର ବୋଝେଇ ଟ୍ରାକ୍ଟର ମାଲିକ ଓ ଲିଜ୍ ଧାରୀଙ୍କଠାରୁ ଜରିମାନା ଆଦାୟ କରିଥିଲେ । ବହଳଦା ନିକଟସ୍ଥ ଯାମଦା ହସିଲ ଅଧୀନ ଖଡ଼ ଖାଇ ନଦୀର ଏକ ଘାଟରେ ଚଢ଼ଉ କରି ଲିଜ୍ଧାରୀଙ୍କୁ ୨୦ ହଜାର ଟଙ୍କା ଜରିମାନା କରିଥିଲେ । ତାଙ୍କୁ ମଗାଯାଇଥିବା ଆବଶ୍ୟକ କାଗଜାତ ସେ ଦେଖାଇ ନ ପାରିବାରୁ ତାଙ୍କୁ ଜରିମାନା କରାଯାଇଥିଲା । ତିରିଂ, ବାଙ୍ଗିରିପୋଷି, ବହଳଦା ଅଞ୍ଚଳର ବାଲି ଘାଟ ଓ ପଥର ଖାଦାନରେ ଲିଜ୍ ଅବଧୂ ଶେଷ ହୋଇଯିବା ପରେ ମଧ୍ୟ ଉପଯୁକ୍ତ ଅନୁମତି ପତ୍ର ନ ଥାଇ ବେଆଇନ୍ ଭାବେ ରାଜ ଫାଙ୍କି ବାଲି ଓ ପଥର ଚାଲାଣ ହେଉଥିଲା। ଏ ସମ୍ପର୍କରେ ଖବରପାଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ବିଭିନ୍ନ ସ୍ଥାନରେ ଥିବା ଖାଦାନରେ ଚଢ଼ାଉ କରିଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ଏହି ଗସ୍ତକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଥିଲା । ଚଢ଼ଉ ବେଳେ ଉକ୍ତ ବାଲି ଘାଟରୁ ବେଆଇନ ଭାବେ ବାଲି ନେଉଥିବା ୪ଟି ବାଲି ବୋଝେଇ ଟ୍ରାକ୍ଟର ମାଲିକଙ୍କଠାରୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିଲା । ପରେ ତିରିଂ ଅଞ୍ଚଳରେ ୨ଟି ବେଆଇନ୍ ପଥର ବୋଝେଇ ଟ୍ରାକ୍ଟରରୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଥିଲେ । ଲିଜ୍ ନବୀକରଣ ନ ହେବା ପର୍ଯ୍ୟନ୍ତ ସୌରାତରୁ ବାଲିଚାଲାଣ ନ କରିବା ପାଇଁ ସେ ତାଗିଦ୍ କରିଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ସହ ବାରିପଦା ଅତିରିକ୍ତ ତହସିଲଦାର ସାଗର ଚନ୍ଦ୍ର ମୁର୍ମ ଓ ବାଙ୍ଗିରିପୋଷି ଅତିରିକ୍ତ ତହସିଲଦାର ସାହେବରାମ ବାସ୍କୋ, ବହଳଦା ଥାନା ଅଧିକାରୀ ଯୋଗେନ୍ଦ୍ର ମଲ୍ଲିକ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ ।
ବାଲିଘାଟ, ପଥର ଖାଦାନରେ ଚଢ଼ଉ, ଜରିମାନ
|
September 8, 2020 |
![](https://sandhannews.com/wp-content/uploads/2020/04/sandhan-25.jpg)