ଯାଜପୁର ସଦର, ୦୮ା୦୫: ଯାଜପୁର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଚି । ବାଲିଘାଟକୁ ବିରୋଧ କରି ଗ୍ରାମବାସୀମାନେ ବାଲି ମାଫିଆଙ୍କୁ ବାଲି ନଉଠାଇବାକୁ ବିରୋଧ କରି ଲିଙ୍ଗେଶ୍ୱର ଉନ୍ନୟନ କମିଟି ଧାରଣାରେ ବସିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଅପ୍ରେଲ ୨୯ ତାରିଖରେ ବୈତରଣୀ ନଦୀବନ୍ଧରେ ବାଲି ଘାଟରୁ ବାଲି ବୋଝେଇ ଭାରି ଯାନ ଗୁଡ଼ିକ ବାଲି ନେଉଥିବା ସମୟରେ ହାଇୱା ଗାଡ଼ି ଓଲଟି ଯିବାରୁ ବରଦା ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିବା ସହିତ ଧାରଣା ଦେଇଥିଲେ । ଘଟଣା ସ୍ଥଳରେ ଯାଜପୁର ପୋଲିସ ପ୍ରଶାସନ ପହଁଞ୍ôଚ ରାସ୍ତାରୋକ ହଟାଇଥିଲେ । ଏହି ବାଲିଘାଟକୁ କେନ୍ଦ୍ରକରି ବିଦାନ ଦେଖା ଦେବାରୁ ଏହା ଉଗ୍ରରୁପ ଧାରଣ କରିଥିଲା । ନଦୀବନ୍ଧ ସୁରକ୍ଷା ପାଇଁ ପ୍ରଶ୍ନ ଉଠିବାରୁ ରାଜସ୍ୱା ବିଭାଗର ଆଲୋଚନା କରିବା ପରେ ଧନିତ୍ରୀ ଏବଂ ରଣପାଳ ବାଲି ଘାଟକୁ ବନ୍ଦ କରାଯାଇଥିଲା । ଆଲୋଚନା କରାଯିବା ପରେ ବାଲିଘାଟ ଚାଲିବ କି ନାହିଁ ପ୍ରଶାସନ ନିଷ୍ପତି ନେବ ବୋଲି ସ୍ଥିର କରାଯାଇଥିଲା । ଶୁକ୍ରବାର ବାଲିଘାଟ ଚାଲୁ ହୋଇଥିଲା । ରଣପାଣ ବାଲିଘାଟ ବନ୍ଦରହିଥିବାରୁ ଆଜି ଲିଙ୍ଗେଶ୍ୱର ଉନ୍ନୟନ କମିଟି ପକ୍ଷରୁ ବିନା ଆଲୋଚନାରେ କିପରି ବାଲିଘାଟ ଚାଲିଲା ତାହାର ପ୍ରତିବାଦରେ ନଦୀ ଉନ୍ନୟନ କମିଟି ପକ୍ଷରୁ ଦାମୋଦର ପରିଡ଼ା, ଗୋଲଖ ମାଝୀ, ଶରଣ ଧଳ, ଦିଲିପ ଧଳ, ବାସୁଦେବ ପରିଡ଼ା, ପ୍ରଶାନ୍ତ ସାହୁ, ମାନସ ଧଳ, ସଦାନନ୍ଦ ଧଳ, ଆନନ୍ଦ ପାଳ, ନିକୁଞ୍ଜ ସାହୁ, ଭଗବାନ ସାହୁ, ବନମାଳି ପରିଡ଼ା, ଅଶୋକ ପରିଡ଼ା ପ୍ରମୁଖ ନିଷ୍ପତି ନେଇଥିଲେ ।
ବାଲିଘାଟକୁ ବିରୋଧ କରି ରାସ୍ତାରେ ବସିଲା ଲିଙ୍ଗେଶ୍ୱର କମିଟି
|
May 9, 2022 |