ବାଲିଗୁଡା ଥାନା ଅଞ୍ଚଳ ରେ ମାଓ ତାଣ୍ଡବ:  ପୁଲିସ ଇନଫର୍ମର ଅଭିଯୋଗ ରେ ଘରୁ ଡାକି ନେଇ ହତ୍ୟା

Spread the love
ବାଲିଗୁଡା,୨୪/୧୦/୨୨(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଟିକରବାଜୁ ଗ୍ରାମର ନୀଳକଣ୍ଠ ମଲିକ କୁ ପୁଲିସ ଇନଫର୍ମର ଅଭିଯୋଗ ରେ ଘରୁ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ସପ୍ତାହ ରେ କନ୍ଧମାଳ- କଳାହାଣ୍ଡି ସୀମାନ୍ତ ସିନ୍ଧି ଜଙ୍ଗଲ ରେ ମାଓ କ୍ୟାମ୍ପ ଥିବା ସୂଚନା ପାଇ କନ୍ଧମାଳ ପୁଲିସ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ମାଓବାଦୀ ସୁରକ୍ଷା କର୍ମୀ ମୁହାମୁହିଁ ହୋଇଥିଲେ। ଦୀର୍ଘ ସମୟ ଗୁଳିବିନିମୟ ପରେ ଜଣେ ମହିଳା ମାଓବାଦୀ ମୃତ ହୋଇଥିଲା ଓ ବହୁ ମାଓ ସାମଗ୍ରୀ ଜବତ କରିଥିଲା କନ୍ଧମାଳ ପୁଲିସ। ସେହି ସ୍ଥାନ ରେ ଲାଲ ବ୍ୟାନର ଓ ପୋଷ୍ଟର ଲଗାଇ ତାହାର ବଦଲା ନେଇଥିବା କହିଛନ୍ତି କେକେବିଏନ୍ ମାଓ ସଙ୍ଗଠନ। ଏ ନେଇ ପୁଲିସ ପକ୍ଷରୁ କୌଣସି ସୂଚନା ମିଳି ପାରି ନାହିଁ ।

Related Posts

About The Author

Add Comment