ବାଲିଗୁଡା ଠାରେ ତୃତୀୟ ପର୍ଯ୍ୟାୟ କୋଭିଡ ଟିକକରଣ 

Spread the love
ବାଲିଗୁଡା, ୧୯/୦୨/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ କାର୍ଯ୍ୟାଳୟ ଠାରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ କୋଭିଡ ଟୀକା କରଣ କାର୍ଯ୍ୟକ୍ରମ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ  ଉଦଘାଟନ କରାଯିବା ସହ ଟୀକା କରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା | ଉପଜିଲ୍ଲାପାଳ ବ୍ଲକ କାର୍ଯ୍ୟାଳୟ ଠାରେ ସ୍ଥାପନ କରାଯାଇଥିବା ଟୀକା କରଣ କେନ୍ଦ୍ରକୁ ଯାଇ ସେଠାରେ ପ୍ରଥମ କୋଭିଡ ଟୀକା ନେଇଥିଲେ ପରେ ବାଲିଗୁଡା ବି.ଡି.ଓ ଜଗଦିଶ ଷଢଙ୍ଗୀ ଙ୍କ ସମତ ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କୋଭିଡ ଟୀକା ନେଇଥିଲେ | ସହକାରୀ ଜିଲ୍ଲାପାଳ ହଳଧର ନାୟକ ନିଜେ ଟୀକା ନେବା ସହିତ ସମସ୍ତ କର୍ମଚାରୀ ଙ୍କୁ ଟୀକା ନେବାପାଇଁ ପ୍ରୋତ୍ସାହନ ଦେଇଛନ୍ତି | ବାଲିଗୁଡାର ତିନୋଟି  କେନ୍ଦ୍ର ରେ ମୋଟ 453 ଜଣଙ୍କୁ ଟୀକା ଦିଆଯାଇଥିଲା |   ଟୀକା ନେବାପରେ ସମେସ୍ତ ସୁସ୍ଥ ଅଛନ୍ତି ବୋଲି ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ବିଜୟ କୁମାର ସୁର ସୂଚନା ପ୍ରଦାନ  କରିଛନ୍ତି  l

Related Posts

About The Author

Add Comment