ବାଲିଗୁଡା : କାର ସହ ଗଞ୍ଜେଇ ଜବତ ଅଭିଯୁକ୍ତ ଫେରାର

Spread the love
ବାଲିଗୁଡା,୧୬/୦୭/୨୧(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ଓ ଏକ ଟିମ୍ ସୀତାପଡି ଗ୍ରାମରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ସୁଇଫ୍ଟ ଡିଜେଆର୍ କାର ନଂ.ୟୁକେ- ୧୭-ଇ-୨୬୬୫ କୁ ଯାଞ୍ଚ କରିବା ବେଳେ ଗାଡ଼ିରୁ ୭୦କିଲୋ ୮୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା। ପୋଲିସ ପିଛା କରିବାର ଦେଖି ଗଞ୍ଜେଇ ମାଫିଆ ମାନେ କାର ଟିକୁ ଛାଡି ପଳାଇଥିବା ସୁଚନା ମିଳିଛି ।ଗାଡ଼ିକୁ ଜବତ କରି ଥାନାକୁ ଅଣାଯାଇଥିଲା l ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ବାଲିଗୁଡ଼ା ଥାନା ଏଏସଆଇ ଶାନ୍ତୁନୁ ପ୍ରଧାନ ଏକ ମାମଲା ନଂ. ୧୧୬/୨୧ରୁଜୁ କରି ତଦନ୍ତ ଅବ୍ୟାହତ ଥିବା ବିଷୟ ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment