ବାଲିଗୁଡାରେ ସୂଚନା ଅଧିକାର କର୍ମୀ ତାଲିମ ଶିବିର ଅନୁଷ୍ଠିତ 

Spread the love
ବାଲିଗୁଡା,୨୯/୦୮/୨୧(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶା ସୂଚନା ଅଧିକାର ଅଭିଯାନ, ଭୂବନେଶ୍ବର ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ଚାପ୍ଟର ଦ୍ୱାରା ବନବାସୀ ସେବା ସମିତିର ତାଲିମ କେନ୍ଦ୍ର, ବାଲିଗୁଡା ଠାରେ ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ନେଇ ଦିନିକିଆ  ସୂଚନା ଆଇନ ଉପରେ ତାଲିମ ପ୍ରଦାନ କରାଯାଇଥିଲା ।। ଉକ୍ତ ଶିବିରରେ ରାଜ୍ୟ ଆବାହକ ପ୍ରଦୀପ କୁମାର ପ୍ରଧାନ ,ଜିତେନ୍ଦ୍ର ସାହୁ, କଟକ ସୂଚନା ଅଧିକାର ଅଭିଯାନ ଆବାହକ, ସୁପ୍ରିୟ ପ୍ରଧାନ ନୟାଗଡ ଜିଲ୍ଲା ସୂଚନା ଅଧିକାର ଆବାହକ ତାଲିମଦାତା ଭାବେ ଯୋଗ ଦେଇ ଉପସ୍ଥିତ ଯୁବକ ଯୁବତୀ ମାନଙ୍କୁ ଆରଟିଆଇ(RTI) ସଂବଧେ ସମ୍ୟକ ଧାରଣା ଦେବା ସହ ତଥ୍ୟ ମାଗିବା ପାଇଁ ଆବେଦନ ଫର୍ମ ପୂରଣ କରିବା ପଦ୍ଧତି ମଧ୍ଯ ଅଭ୍ୟସ୍ତ କରାଇଥିଲେ । ଏବଂ ଜଣେ ସୂଚନା ଅଧିକାର କର୍ମୀ ର ଆଚାର ,ବ୍ୟବହାର, ସଚୋଟତା, ଦୂରନୀତି ମୁକ୍ତ, ସମାଜ ଏବଂ ରାଷ୍ଟ୍ର ପ୍ରତି ଉତ୍ସର୍ଗୀକୃତ ହେବା ଉଚିତ ଏହା ନୁହଁ କୈଣସି ବ୍ୟକ୍ତି ବିଶେଷଙ୍କ ପ୍ରତି ଆକ୍ରୋଶ ମୂଳକ ମନୋଭାବ ନେଇ କିମ୍ବା ଅନୈତିକ ଉପାୟରେ ଅର୍ଥ ଉପାର୍ଜନ କରିବା ପାଇଁ ଉକ୍ତ ଆଇନକୁ ନିଜର ଉଦେଶ୍ୟ ସାଧନ କରିବା ପାଇଁ ବ୍ୟବହାର କରିବା ଉଚିତ ହେବ ନାହିଁ ବୋଲି ଅବଗତ କରିଥିଲେ ।ଏହି ଆଇନ ବଳରେ ସମାଜର ଅସହାୟ ଲୋକଙ୍କ ଏବଂ  ଅଞ୍ଚଳର ସାମୁହିକ ସମସ୍ୟା ସମାଧାନ କରି ପାରିବା ତାହାଛଡା ରାଷ୍ଟ୍ରୀୟ ସମ୍ପତ୍ତି କୁ ସ୍ୱାର୍ଥପର, ଦୂରନୀତି ଗ୍ରସ୍ତ, ଖଳ ପ୍ରକୃତି ଲୋକମାନଙ୍କ ଠାରୁ ସୁରକ୍ଷିତ ରଖିବା ଉଦେଶ୍ୟରେ ବ୍ୟବହାର କରିବା ଉଚିତ । ସୂଚନା ଅଧିକାର ଅଭିଯାନ ର ସଭ୍ଯାସଭ୍ଯ ମାନଙ୍କ ର ଅଞ୍ଚଳର ବିକାଶ ପାଇଁ ନିଜକୁ ସଂକଳ୍ପ ବଦ୍ଧ ସହ କର୍ତବ୍ୟ ପରାୟଣତା ହୋଇ କାର୍ଯ୍ୟ ସଂପାଦନ  କରିବା ଯାହା ଫଳରେ ସମାଜରେ କିଛି ପରିବର୍ତ୍ତନ ଆଣିପାରିବା ବୋଲି ଅବଗତ କରାଇଥିଲେ।। ଉକ୍ତ କର୍ମଶାଳାରେ ଲକ୍ଷ୍ମଣ ପ୍ରଧାନ, ସବଲମ ଦିଗାଲ, ଜମେସ୍ ଡିଗାଲ , ସମିର ବଳିଆର ସିଂ ,ସେକ ଅମନ ଆଫତାବ ,ମନୋରଞ୍ଜନ ପଣ୍ଡା,  ବର୍ଷା ବେହେରା, ମମତା କୁମାରୀ ସାହୁ, ସୁଧାକର ପ୍ରଧାନ, ଏବଂ ଆଲୋକ ନାୟକ ପ୍ରମୁଖ ତାଲିମ ଗ୍ରହଣ କରିଥିଲେ ।ବାଲିଗୁଡା,ତୁମୁଡ଼ିବନ୍ଧ, କୋଟଗଡ ଏବଂ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ନେଇ ଓଡିଶା ସୂଚନା ଅଧିକାର ଅଭିଯାନ ର କନ୍ଧମାଳ ଚାପ୍ଟର ର ଜୋନାଲ କମିଟି ଗଠନ କରାଗଲା ଏବଂ ଉକ୍ତ କମିଟିର ସଂଯୋଜକ ଭାବେ ସେକ ଅମନ ଆଫତାବ ଙ୍କୁ ଦାଇତ୍ବ ପ୍ରଦାନ କରାଗଲା । ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତ ସ୍ତରରୁ ନିଷ୍ଠାବାନ,ସ୍ୱଛ କର୍ମଠ ଯୁବକ ଯୁବତୀ ମାନଙ୍କୁ ଚିହ୍ନଟ କରି ସଂଗଠନ କୁ ସୁଦୃଢ କରି ନିରିହ ଶୋଷିତ, ଅବହେଳିତ,ଅସହାୟ ଲୋକଙ୍କ ମଂଗଳ ସାଧନ କରିବା ସହ ରାଷ୍ଟ୍ରୀୟ  ସମ୍ପତ୍ତିର ସଦ ବିନିଯୋଗ କରିବା ରେ ଆଇନ ବଳରେ ସକ୍ଷମ ହୋଇ ଅଞ୍ଚଳ ର ବିକାଶ କରିବାରେ ସହାୟକ ହେବା ବୋଲି କନ୍ଧମାଳ ଜିଲ୍ଲା ସୂଚନା ଅଧିକାର ଅଭିଯାନ ରା ଆବାହକ ମହମ୍ମଦ ଜିଆଉଦିନ ଅହମ୍ମଦ କମିଟିର ଆବାହକ ମତ ବ୍ୟକ୍ତ କରିବା ସହ ଉପସ୍ଥିତ ସଭ୍ଯାସଭ୍ଯ ଙ୍କୁ ଶୁଭେଛା ସହ ଶୁଭକାମନା ଜଣାଇ ତାଲିମ ଶିବିର କୁ ସମାପ୍ତ କରିଥିଲେ।

Related Posts

About The Author

Add Comment