ବାଲିଆପାଳ ଫେରୀ ଘାଟ ନିଲାମକୁ ନେଇ ବିବାଦ : ଅଧାରୁ ବାତିଲ ହେଲା ନିଲାମ

Spread the love

ଚାନ୍ଦବାଲି ୨୫/୧୧ (ସନ୍ଧାନ ନିୟୁଜ) ଚାନ୍ଦବାଲି ବ୍ଲକ ବଜରାପୁର ପଂଚାୟତର ବାଲିଆପାଳ ଫେରୀ ଘାଟ ନିଲାମକୁ ନେଇ ଦେଖାଦେଇଛି ବିବାଦ ,ନିୟମ ଅନୁସାରେ ଏକରୁ ଅଧିକ ସଂଖ୍ୟାରେ ବିଡ଼ର ରହିଲେ ନିଲାମ ପକ୍ରିୟା ହେବା କଥା ମାତ୍ର ଜଣେ ବିଡ଼ର ଥିବାରୁ ନିଲାମ ବାତିଲ ହୋଉଛି । ପାଳିଲାପାଳ ଫେରୀଘାଟ ଗୋଟିଏ ବର୍ଷ ଚାନ୍ଦବାଲି ବ୍ଲକରେ ନିଲାମ ହୁଏ ଏବଂ ଅନ୍ୟ ବର୍ଷରେ ବାସୁଦେବପୁର ବ୍ଳକରେ ନିଲାମ ହୋଇଥାଏ । ୨୦୧୮ ବର୍ଷରେ ବାସୁଦେବୁର ବ୍ଳକ ପକ୍ଷରୁ ବାଲିଆପାଳ ଫେରୀ ଘାଟ ନିଲାମ ହୋଇଥିଲା , ୨୦୧୯ ବର୍ଷରେ ଚାନ୍ଦବାଲି ବ୍ଳକରେ ବାଲିଆପାଳ ଫେରୀ ଘାଟ ପାଇଁ କେହି ବିଡ଼ର ନମିଳିବାରୁ ନିଲାମ ହୋଇ ନ ପାରିବାରୁ ପ୍ରଶାସନ ପକ୍ଷରୁ ବଜରାପୁର ପଂଚାୟତର ପଂଚାୟତ ଅଧିକାରୀଙ୍କୁ ଦାୟୁତ୍ୱ ଦିଆଯାଇଥିଲା ହେଲେ ପଂଚାୟତ ଅଧିକାରୀ ୧୧ ମାସ ଫେରୀଘାଟ ଚଳାଇବା ପରେ ଏବେ ଚଳାଇପାରିବେ ନାହିଁ ବୋଲି ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିବା ପରେ ମାତ୍ର ୧ ମାସର ଫେରୀଘାଟ ଅବଧି ଥିବାବେଳେ ପୁଣି ବ୍ଲକ ପ୍ରଶାସନ ପକ୍ଷରୁ ନିଲାମ ପାଇଁ ବିଜ୍ଞାପନ ବାହାରିଥିଲା । ଆଜି ନିଲାମ ନିୟମ ସମୟରେ ମାତ୍ର ଜଣେ ବିଡ଼ର ଥିବାରୁ ପୁଣି ଥରେ ନିଲାମ ବାତିଲ ହୋଇଛି । ଏହାକୁ ନେଇ ନିଲାମ ଗୃହରେ ବିବାଦ ଦେଖାଦେଇଥିଲା । କିଛି ବିଡ଼ର ଅଭିଯୋଗ କରିଛନ୍ତି ଯଦି ୨୦୧୯ ବର୍ଷରେ ୧୧ ମାସ ପାଇଁ ୧ଲକ୍ଷ ୭୫ ହଜାର ଟଙ୍କାର ଘାଟର ଆୟ ହୋଇଛି ତେବେ ୧ ମାସ ପାଇଁ କେମିତି ୧ ଲକ୍ଷ ୩ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ବାଲିଆପାଳ ଫେରୀଘାଟରେ ୨୦୧୮ ବର୍ଷରେ ବାସୁଦେବପୁର ବ୍ଲକର ୮ ଲକ୍ଷ ଟଙ୍କାର ନିଲାମ ହୋଇପାରିଲା ତେବେ ଚାନ୍ଦବାଲି ବ୍ଳକରେ କେମତି ମାତ୍ର ୧ ଲକ୍ଷ ୭୫ ହଜାର ଟଙ୍କା ଆୟ ହେଲେ । ଅନ୍ୟପଟେ ୨୦୧୭ ଜାନୁଆରୀ ବିଡ଼ରଧାରୀ ସଚିତ୍ର ବେହେରା ପୈଠ କରିଥିବା ୧ ଲକ୍ଷ ୨୦ ହଜାର ଟଙ୍କା ମଧ୍ୟ ପଂଚାୟତ ଆୟରେ ଯୋଡ଼ାନଯାଇ ସିଧା ହଡ଼କ କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ବିଡ଼ରଧାରୀ । ଚାନ୍ଦବାଲି ବିଡ଼ିଓ ଶ୍ୟାମସୁନ୍ଦର ଡ଼ୁଡ଼ୁ ସମସ୍ତ ବିଡ଼ରଧାରୀଙ୍କ ଅଭିଯୋଗ ଗ୍ରହଣ କରି ନିଲାମ ବାତିଲ କରିବା ସହ ପ୍ରତି ଫେରୀଘାଟରେ (ରୋଟ୍ ଚାଟ) ଘାଟ ଅସୁଲ ଲଗାଇବା ଯିବା ସହ ବାଲିଆପାଳ ଫେରୀଘାଟର ୧ ମାସର ପ୍ରତିଦିନ ଆୟର ହିସାବ ଦେବା ପାଇଁ ସପୃକ୍ତ ପଂଚାୟତର ଅଧିକାରୀଙ୍କୁ ନିର୍ଦେଶ ଦେବାପରେ ବିଡ଼ର ମାନେ ଶାନ୍ତ ପଡ଼ିଥିଲେ ।

Related Posts

About The Author

Add Comment