ବାସୁଦେବପୁର ୫/୨/୨୬ (ସନ୍ଧାନ ନ୍ୟୁଜ) : ବ୍ଳକ ଅନ୍ତର୍ଗତ ବାଲି ମେଦ ରେ ଥିବା ଭେଦା ସହଯୋଗ ସରକାରୀ ଉଚ୍ଚ ବିଦ୍ୟାଳୟ ତାର ବାର୍ଷିକ ଉତ୍ସବ ପାଳନ କରିଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ପାଢ଼ୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସାଧାରଣ ସଭା ରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଥୁରା ମୋହନ ବେହେରା। ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ଅଟଳ ବିହାରୀ କଲେଜ ବାସୁଦେବପୁର ର ପୁର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଷ୍ଣୁ ମୋହନ ସ୍ୱାଇଁ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଶିକ୍ଷକ ଶ୍ୟାମସୁନ୍ଦର ପଳିତା , ବଂଶୀଧର ଶତପଥୀ,ଘନଶ୍ୟାମ ବିଶ୍ଵାଳ, ଦୋଳଗୋବିନ୍ଦ ମିଶ୍ର CRCC, ଆଲମୁନି ସଭାପତି ରଶ୍ମି ରଂଜନ ମହାନ୍ତି,ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ,ପ୍ରଫୁଲ୍ଲ କୁମାର ପଲିତା , ଜୟନ୍ତ କୁମାର ମହାନ୍ତି। ସମସ୍ତ ଅତିଥି ମାନେ ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ଦ୍ଵୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତ ଅତିଥି ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ଆହ୍ବାନ ଦେଇ ଥିଲେ। ଅତିଥି ପରିଚୟ ପ୍ରଦାନ କରି ଥିଲେ ବିଦ୍ୟାଳୟ ବରିଷ୍ଠ ଶିକ୍ଷୟତ୍ରୀ ଖିରାବଧି ତନୟା ନାୟକ, ଧନ୍ୟବାଦ୍ ଅର୍ପଣ କରି ଥିଲେ ବରିଷ୍ଠ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ବେହେରା। ସଭା ଭଙ୍ଗ ପରେ ପରେ ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରି ଦର୍ଶକ ଙ୍କ ମନ ମୋହି ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ବାର୍ଷିକ ଉତ୍ସବ 2025-26 ଭେଡା ସହଯୋଗ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲି ମେଦ।
|
February 5, 2026 |



