ବାର୍ଦ୍ଧକ୍ୟ ଭତା କୁ ନେଇ ଏକ ଖୁଦ୍ର ଚଳଚିତ୍ରର ମହୁରତ ଉଦ୍ଘାଟିତ

Spread the love

ଯାଜପୁର୦୮/୦୨/୨୦୧୨ (ସନ୍ଧାନ ନିଉଜ) ଏକ ଗରିବ ପରିବାର କାହାଣୀ ଟିଏ, ଏକ ବୃଦ୍ଧା ମହିଳା ଏବଂ ତାଙ୍କର ପୁଅ ଓ ବୋହୁ କୁ ନେଇ ଏକ ଗ୍ରାମ ରେ ବସ ବାସ କରୁଥାନ୍ତି, ପୁଅ ତା ମା କୁ ଅଣଦେଖା କରେ କାରଣ ପୁଅ ସ୍ତ୍ରୀ କଥାରେ ପରିଚାଳିତ ହୁଏ,

ବାର୍ଦ୍ଧକ୍ୟ ଭତ୍ତା ପାଈଁ ବିଚାରି ବୁଢ଼ୀ ମା ଜଣକ ଖାଲି ପାଦରେ ଛୋଟେଇ ଚାଲି ଚାଲି ଭତ୍ତା ଟଙ୍କା ପାଈଁ ବହୁ କଷ୍ଟ ରେ ପଂଚାୟତ କାର୍ଯ୍ୟାଳୟ କୁ ଯାଏ ବିଳମ୍ବରେ ପଂହଁଚୁ ଥିବାରୁ କାର୍ଯ୍ୟାଳୟ ବନ୍ଦ ହେଇଯାଏ ବିଚାରି ବାରମ୍ବାର ଫେରୁଥାଏ, ଏକ ସମାଜ ସେବି ଙ୍କ ସହାୟତା ରେ ଯେଉଁଦିନ ଭତ୍ତା ଟଙ୍କା ପାଏ ସେଇଦିନ ତାର ପୁଅ ଏବଂ ବୋହୁ ସେ ଟଙ୍କା କୁ ଚୋରି କରି ନେଇଯାନ୍ତି, ପୁଅ ବୋହୁ ଙ୍କନିର୍ଯାତନା ରେ ବିଚାରି ଟି ବହୁତ ଅନ୍ତଃସନ୍ତ ହୁଏ,

ଦିନକର ଘଟଣା ବୃଦ୍ଧା ମା ଟିର ଶରୀର ଭୀଷଣ ଖରାପ ହୁଏ, ଏହା ଜାଣି ମଧ୍ୟ ପୁଅ ଓ ବୋହୁ ତାକୁ ଏକୁଟିଆ ଛାଡ଼ିଦେଇ ଘର ଛାଡି ସବୁଦିନ ପାଈଁ ବୋହୁ ର ବାପ ଘରକୁ ଚଲିଯାନ୍ତି, ଶେଷରେ ବୁଢ଼ୀ ମା ଟି ଭୋକ ଉପାସରେ ଆଉଟୁ ପାଉଟୁ ହୋଇ ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ସମାଜ ସେବି ଙ୍କ ହାତରେ ଏକ ପତ୍ର ଲେଖନ୍ତି,… ( ପୁଅ ରେ ମତେ ଯମ ଡାକିଲାଣି, ମୋର ଯୋଉ ଖଣ୍ଡକ ଢିଅ ବାଡ଼ି ଅଛି ସବୁ ତ ତୋର, ମୁ ତ ତତେ ଗର୍ଭା ଅବସ୍ଥା ରୁ ଆରମ୍ଭ କରି ଆଜି ଯାଏ ତୋ କଷ୍ଟ ସହି ସହି ଆସିଛି, ମୋର ଏଇ ମାସ ରେ ପାଇଥିବା ଶେଷ ବାର୍ଦ୍ଧକ୍ୟ ଭତ୍ତା ଟି ତୋ ପାଇଁ ରଖି ଦେଇଛି, ତୁ ତ ମୋର ରକ୍ତ ର
ପୁଅ, ମୁ ତତେ କେବେବି ଅଭିଶାପ ଦେଇନି କି ଦେବିନି , (ତୁ ବୋହୁ କୁ ଧରି ଚାଲି ଆରେ ଧନ ), ଏହାକହି ଶେଷ ନିଶ୍ୱାସ ତ୍ୟାଗ କରେ…….

ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଜଣେ ଯୁବ ନିର୍ଦ୍ଦେଶକ ପ୍ରସନ ବିଶ୍ୱାଳ ଓ ଅଭିନୟ ରେ ଇଚ୍ଛାମୟୀ ଧଳ, ଜନାର୍ଦନ ଦାସ, ସାଇନା ପାଲ, ପ୍ରସନ୍ନ ମହାନ୍ତି, ସୋନୁ ଏବଂ ସୌଭାଗ୍ୟ ମହାନ୍ତି ଙ୍କ ସମେତ ବହୁ କଳାକାର ଅଭିନୟ କରିଥିବା ଜଣାପଡିଛି । ଖୁବ ଶୀଘ୍ର ଏହାର ସୁଟିଂ ଶେଷ ହୋଇ ରିଲିଜ କରିବାର ଲକ୍ଷ୍ୟ ରଖିଛନ୍ତି ଶ୍ରୀ ବିଶ୍ୱାଳ , କାହାଣୀଟି ପ୍ରତିଟି ପରିବାର ନିକଟରେ ପହଞ୍ଚିଲେ ଏହାର ଉପାଦେୟତା ଜଣାପଡିବ ବୋଲି ଚର୍ଚ୍ଚା ହେଉଛି ।

Related Posts

About The Author

Add Comment