ବାରିପଦା ସ୍ବତନ୍ତ୍ର ଯୋଜନା ଶାଖାରେ ପୂରଣ ହେବ ପଦବି; ନିରାଶ ହୋଇ ଫେରିବେନି ହିତାଧିକାରୀ

Spread the love

ବାରିପଦା ୦୩/୦୮/୨୦୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ଥିବା ଟାଉନ୍ ପ୍ଲାନିଂ ଅଫିସ୍‌କୁ ଘର କରିବା ପାଇଁ ଅନୁମତି ନେବାକୁ ଆସି ଆଉ ନିରାଶ ହୋଇ ଫେରିବେନି । କାରଣ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ସ୍ବତନ୍ତ୍ର ଯୋଳନ ଶାଖା (ଟାଉନ୍ ପ୍ଲାନିଂ) କାର୍ଯ୍ୟାଳୟରେ ଅଧିକାରୀଙ୍କ ପଦ ପୂରଣ ହେବାକୁ ଯାଉଛି । ଏନେଇ ରାଜ୍ୟ ସରକାର ପତ୍ର ସଂଖ୍ୟା ୧୨୨୭୨ରେ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି । ବ୍ରହ୍ମପୁର ଜିଲ୍ଲାରୁ ଆସିଣ୍ଟାଟ ଇଞ୍ଜିନିୟର ହରିହର ମହାପାତ୍ର ଟାଉନ୍ ପ୍ଲାନିଂ ଶାଖା ବାରିପଦାକୁ ବଦଳି ହୋଇ ଆସୁଛନ୍ତି । ଏହା ଦ୍ବାରା ବାରିପଦା ସମତେ ରାଇରଙ୍ଗପୁର, ଉଦଳା, କରଞ୍ଜିଆ ଓ ଠାକୁରମୁଣ୍ଡା ସହରରେ ଥିବା ହୀତାଧିକାରୀ ଉପକୃତ ହୋଇ ପାରିବେ । ତେବେ ଜୁଲାଇ ମାସ ୭ ତାରିଖରେ ଏହି ବିଜ୍ଞପ୍ତି ପ୍ରକାଷ ପାଇଥିଲେ ମଧ୍ୟ କରୋନା ପାଇଁ ଅଧିକାରୀ ଜଣଙ୍କ ଦାୟିତ୍ବରେ ଯୋଗଦେଇ ପାରୁ ନ ଥିବା ଜଣାପଡ଼ିଛି । ରାଜ୍ୟର ସର୍ବପୁରାତନ ବାରିପଦା ସହରକୁ ପୁଣି ପୁରା ପ୍ଲାନ୍ ଅନୁସାରେ ରୂପରେଖ ପ୍ରସ୍ତୁତ କରାଯିବ। ଆଲୋକୀକରଣ ବ୍ୟବସ୍ଥା ଠୁ ଆରମ୍ଭ କରି ଘର ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ଯୋଜନା ମୁତାବିକ ତିଆରି ହେବ । ଫଳରେ ବାରିପଦା ସବୁଜ, ସୁଦର ଓ ଆକର୍ଷଣୀୟ ସହରରେ ପରିଣତ ହେବ ।

        ସୂଚନା ଯୋଗ୍ୟ ସ୍ଥାନୀୟ ମୁର୍ଗାବାଡି ଠାରେ ଥିବା ସ୍ବତନ୍ତ୍ର ଯୋଜନା କର୍ତ୍ତୁପକ୍ଷ ଅଧିକାରୀ ବିଜୟ କୁମାର ଭୂୟା ଗତ  ଜୁନ ୩୦ ତାରିଖରେ ଅବସର ନେବା ପରେ ଏହି ପଦ ଦୀର୍ଘଦିନ ହେଲା ଖାଲି ପଡ଼ିଥିଲା । ଗତ ଅକ୍ଟୋବରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାରିପଦା ସ୍ୱତନ୍ତ୍ର ଯୋଜନା ଅଧିକାରୀ ଭାବେ କୀର୍ଭନ ବିହାରୀ ନାୟକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା । ମାତ୍ର ଶ୍ରୀ ନାୟକ ବାରିପବା ସମେତ ଜଗତସିଂପୁର, କେନ୍ଦ୍ରାପଡ଼ା ଓ କଟକର ସ୍ବତନ୍ତ୍ର ଯୋଜନା ଅଧିକାରୀ ଭାବେ ଦାୟିତ୍ୱରେ ରହିଥିବାରୁ ସେ ବାରିପଦାକୁ ମାସରେ ଦୁଇ ଥର ଲେଖାଏଁ ଆସୁଥିଲେ । ହେଲେ  ଡିସେମ୍ବର ମାସ ପହିଲାରୁ ତାଙ୍କର ସ୍ବାସ୍ଥ୍ୟଗତ କାରଣରୁ ସେ ଦୀର୍ଘଦିନ ହେଲା         ଛୁଟିରେ ରହିଥିଲେ । ତେଣୁ ହିତାଧିକାରୀମାନେ ପ୍ଲାନ ବା ନକ୍ସା ନେବାକୁ ଆସି ନିରାଶ ହୋଇ ଫେରିବା ସହ କାର୍ଯ୍ୟାଳୟରେ ୪ ଶହରୁ ଅଧିକ ଫାଇଲ ପଡି ରହିଥିଲା । ଫଳରେ ହୀତାଧିକାରୀ ନିଜ ଇଚ୍ଛା ମୁତାବକ ସହର ଭିତରେ ବେଆଇନ୍ ଭାବେ ଘର ନିର୍ମାଣ କରୁଥିଲେ । ଖାଲି ଏତିକି  ନୁହେଁ ସ୍ବତନ୍ତ୍ର ଯୋଜନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଅଧିକାରୀ ନ ଥିବାରୁ ସରକାରଙ୍କ ପକ୍ଷରୁ ନିଯୁକ୍ତି ଦିଆଯାଇଥିବା ୧୦ରୁ ଅଧିକ କର୍ମଚାରୀ ଅଫିସ୍‌ରେ  ବସିବସି ଘରକୁ ଫେରିବା ସହ ଦରମା ନେଉଥିଲେ । ହେଲେ ରାଜ୍ୟ ସରକାରଙ୍କ ଗୃହ ନଗର ଉନ୍ନୟନ ବିଭାଗ ପକ୍ଷରୁ ବାରିପଦା ଟାଉନ ପ୍ଲାନିଂ ଅଧିକାରୀ ଭାବେ ହରିହର ମହାପାତ୍ରଙ୍କୁ ନିଯୁକ୍ତି ଦିଆଯିବା ପରେ ହିତାଧିକାରୀମାନେ ଖୁସି ବ୍ୟକ୍ତ କରିଛନ୍ତି । ବିଳମ୍ବରେ ହେର ବରଂ ଘର କରିବା ପାଇଁ ଆସି ଆଉ ନିରାସ  ହୋଇ ଫେରିବାକୁ ପଡିବ ନାହିଁ ବୋଲି ହୀତାଧିକାରୀ କହିଛନ୍ତି ।

 

 

Related Posts

About The Author

Add Comment