ବାରିପଦା ରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ୍ ସ୍ଥାପନ ପାଇଁ ଦାବି

Spread the love

ବାରିପଦା, ୦୭.୦୧.୨୦୨୧(ସନ୍ଧାନ ନିୟୁଜ୍ / ଲିଙ୍ଗରାଜ ପଣ୍ଡା):- ୧୯୪୭ ମସିହା ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନତା ଲାଭ କରିବା ପରେ ମଧ୍ୟ ମୟୂରଭଞ୍ଜ ରାଜ୍ୟ ସାଧୀନ ରାଜା ଭାବେ ରହିଥିଲା। ସେତେବେଳେ ଏଠାରେ ତିନିଜଣିଆ ମନ୍ତ୍ରୀମଣ୍ଡଳ ବିଶିଷ୍ଟ ଶରତ ଚନ୍ଦ୍ର ନେତୃତ୍ବରେ ସରକାର ଗଠିତ ହୋଇଥିଲା। ତେବେ ତତ୍କାଳୀନ ଗୃହମନ୍ତ୍ରୀ ତଥା ଆଧୁନିକ ଭାରତର ଅନ୍ୟତମ ସ୍ରଷ୍ଟା ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆହ୍ବାନ କ୍ରମେ ୧୯୪୯ ମସିହା ଜାନୁଆରୀ ପହିଲାରେ ତତ୍କାଳୀନ ଗଡଜାତ ମୟୂରଭଞ୍ଜ ରାଜ୍ୟ ଭାରତ ସରକାରଙ୍କ ସହିତ ମିଶ୍ରଣ ପରେ ଓଡିଶା ରାଜ୍ୟରେ ବିଲୟ ଘଟିଥିଲା । ମିଶ୍ରଣ ସମୟରେ ଭାରତ ସରକାରଙ୍କ ସହିତ ଏକ ବିଦ୍ଧିବଦ୍ଧ ଭାବେ ମିଶ୍ରଣ ଚୁକ୍ତିନାମା ପ୍ରସ୍ତୁତ ହେବା ପରେ ସେହି ରାଜିନାମା ରେ ମୟୁରଭଞ୍ଜର ଶେଷ ମହାରାଜା ସାର ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ସ୍ବାକ୍ଷର କରିଥିଲେ । ଏହି ରାଜିନାମାରେ ତତ୍କାଳୀନ ମହାରାଜା ସାର୍ ପ୍ରତାପ ଚନ୍ଦ୍ର ଭଞ୍ଜଦେଓ କେତେକ ରଖିଥିଲେ । ସେହି ମଧ୍ୟରୁ ମୟୂରଭଞ୍ଜରେ ହାଇକୋର୍ଟ ପ୍ରତିଷ୍ଠା ହେବା ନେଇ ସର୍ଭ ରହିଥିଲା । ମୟୂରଭଞ୍ଜ ମିଶ୍ରଣକୁ ୭୧ବର୍ଷ ପୂର୍ତ୍ତି ହୋଇ ଯାଇଥିଲେ ମଧ୍ୟ ଯେମିତି ଅନେକ ସର୍ଭକୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର କାର୍ଯ୍ୟକାରୀ କରି ନାହାନ୍ତି ସେହିପରି ଏ ସର୍ତ୍ତ ମଧ୍ୟ କାର୍ଯ୍ୟକାରୀ ହୋଇନି । ତେଣୁ ଏଠାରେ ହାଇକୋର୍ଟ ବେ ସ୍ଥାପନ ଲାଗି ବର୍ଷ ବର୍ଷ ଧରି ଦାବି ଏବେ ହୋଇ ଆସୁଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ମୟୂରଭଞ୍ଜର ଇତିହାସର ପୃଷ୍ଠା ଅବଲୋକନ କଲେ ତଥା ମୟୂରଭଞ୍ଜ ଗେଜେଟରେ ଥିବା ତଥ୍ୟ ଅନୁଯାୟୀ ଜଣାଯାଏ, ରାଜତନ୍ତ୍ର ସମୟରେ ମୟୂରଭଞ୍ଜର ରାଜ୍ୟର ରାଜଧାନୀ ବାରିପଦାଠାରେ ତତ୍କାଳୀନ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ୧୯୩୩ ମସିହା ଏପ୍ରିଲ ୧୦ରେ ଏକ ହାଇକୋର୍ଟ ପ୍ରତିଷ୍ଠା କରିଥିଲେ । ସେହି ଐତିହ୍ୟ  ସଂପନ୍ନ କୋଠାରେ ବର୍ତ୍ତମାନ ନଧ୍ୟ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ ଚାଲୁଛି । ସ୍ୱାଧୀନତାର ଅନେକ ବର୍ଷ ଆଗରୁ ମୟୁରଭଞ୍ଜର ବିଚାର  ବ୍ୟବସ୍ଥା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ଓ ଅନୁକରଣୀୟ ଥିଲା । ମହାରାଜା ସାର  ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ୧୯୩୩ ମସିହାରେ ମୁଖ୍ୟ ବିଚାରପତି ଭାବେ ବାରିଷ୍ଟର ଡଃ ପିକେ ସେନ୍‌ଙ୍କୁ ନିଯୁକ୍ତ ଦେଇଥିଲେ । ପୂର୍ବରୁ ମହାରାଜା ଶ୍ରୀ ରାମଚନ୍ଦ ମୟୂରଭଞ୍ଜ ରାଜ୍ୟ ପରିଷଦ ଗଠନ କରି ରାଜ୍ୟ ପାଇଁ ସ୍ଵତନ୍ତ୍ର ଆଇନ ପ୍ରଣୟନ କରିବାକୁ ପରିଷଦକୁ କ୍ଷମତା ଦେଇଥିଲେ । ୧୮୯୨ ରେ ଶ୍ରୀ ରାମଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ୩ ଜଣ ବିଚାରପତିଙ୍କୁ ସଦସ୍ୟ ଭାବେ ନେଇ ଏକ ଜୁଡିସିଆଲ୍ କମିଟି ଗଠନ କରାଯାଇଥିଲା । ଯାହାକୁ କି କୋର୍ଟର ଭିତ୍ତିଭୂମି ଭାବେ ବିବେଚନା କରାଯାଏ । ସେ ସମୟରେ ମୟୂରଭଞ୍ଜରେ ବିଚାର ବ୍ୟବସ୍ଥାର ସଂସ୍କାର କରାଯାଇ ସରକାରୀ ଓକିଲଭାବେ ଉତ୍କଳମଣି ଗୋପବଂଧୁ ଦାଶଙ୍କୁ ନିଯୁକ୍ତ କରାଯାଇଥିଲା। ତେବେ ଗୋପବଂଧୁ ଦାଶଙ୍କ ଭଳି ଜଣେ ବିଦ୍ବାନଙ୍କ ପ୍ରତିପକ୍ଷ ଓକିଲ ହିସାବରେ ମୁଦାଲାର କେସ୍ ଲଢିବାକୁ ମହାରାଜା ରାଜକୋଷରୁ ଅର୍ଥ ଦେଇ ସେ ସମୟର ବିଲାତ ଫେରନ୍ତା ଓଜିଲ ର ମଧୁସୂଦନ ଦାସଙ୍କୁ କେଶ ଲଢିବାକୁ କଟକରୁ ର ଆହ୍ବାନ କରୁଥିଲେ । ମିଶ୍ରଣ ଚୁକ୍ତିନାମାର ବିଭିନ୍ନ ସର୍ଭକୁ ସରକାର ଖିଲାପ କରିଥିବାବେଳେ  ଏହି ସର୍ଭକୁ ମଧ୍ୟ ଅନୁରୂପ ଭାବେ ଖିଲାପକରିଥିବାରୁ ମୟୂରଭଞ୍ଜବାସୀଙ୍କ ମନରେ ଏବେ ଗଭୀର କ୍ଷୋଭ ଓ ଅସନ୍ତୋଷର ବହ୍ନି । ବିଶେଷ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ନା ସ୍ଥାୟୀ ହାଇକୋର୍ଟ ବେ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଦରଦ ଥିବା ବେଳେ ମୟୂରଭଞ୍ଜ ପାଇଁ କାହିଁକି ସେ ଦରଦ ନାହିଁ ବରଂ ପ୍ରତିଟି କ୍ଷେତ୍ରରେ ବୈମାତୃକ ମନୋଭାବ ରହୁଛି ବୋଲି ଜିଲ୍ଲାବାସୀ ପ୍ରଶ୍ନ କରିଛନ୍ତି । କାରଣ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଅବହେଳିତଙ୍କୁ ପ୍ରକୃତ ନ୍ୟାୟ ପ୍ରଦାନ ନିମନ୍ତେ ବାରିପଦାରେ ହାଇକୋର୍ଟର ଏକ ସ୍ଥାୟୀ ପ୍ରତିଷ୍ଠା ସକାଶେ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଛି । ମାତ୍ର ଏ ବାବଦରେ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଥିବା ଜିଲ୍ଲାର ସମସ୍ତ ଆଇନଜୀବୀ ଏହି ପ୍ରସଙ୍ଗରେ ଆନ୍ଦୋଳନ‌ ବାରମ୍ବାର ଆନ୍ଦୋଳନ ଏବଂ ପ୍ରତୀକତାତ୍ମକ ଆନ୍ଦୋଳନ ଜରିଆରେ ଏହି ପ୍ରସଙ୍ଗକୁ ଉଜୀବିତ କରି ରଖିଛନ୍ତି । ଏଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପଛରେ ଅନେକ ବଳିଷ୍ଠ ଯୁକ୍ତି ମଧ୍ୟ ରହିଛି । ବାରିପଦାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେଲେ କେନ୍ଦୁଝର, ମୟୂରଭଞ୍ଜ, ପଶ୍ଚିମବଙ୍ଗ ର ମେଦିନାପୁର, ଝାଡଖଣ୍ଡର ସିଂହଭୂମି ସମେତ ବିଭିନ୍ନ ଅଞ୍ଚଳର ଜନସାଧାରଣ ଉପକୃତ ହେବେ । ଏହା ଛଡା ମିଶ୍ରଣ ଚୁକ୍ତିନାମାକୁ କାର୍ଯ୍ୟକାରୀ କରି ସରକାର ମୟୁରଭଞ୍ଜ ବାସୀଙ୍କ ନ୍ୟାଯ୍ୟ ଦାବି ପ୍ରତି ଦୃଷ୍ଟି ଦେଲେ ଜନ ମାନସର ଆସ୍ଥା ଭାଜନ ହେବା ସହିତ ଜିଲ୍ଲାବାସୀଙ୍କ ହୃଦୟ ଜିଣିବାରେ ସକ୍ଷମ ହେବେ ।

Related Posts

About The Author

Add Comment