ବାରିପଦା ରେ ରାଷ୍ଟ୍ରୀୟ ଲୋକ ଅଦାଲତ

Spread the love

ବାରିପଦା, ୨୦/୧୨/୨୦୨(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ଦୌରା ଜଜଙ୍କ କାର୍ଯ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତରେ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାକରଣ ଅଧ୍ୟକ୍ଷ ସଂଜୟ ରଞ୍ଜନ ବହିଦାର ଅଧ୍ୟକ୍ଷତା କରିଥିଲେ । ପ୍ରି ଲିଟିଗେସନ୍ ସମ୍ବନ୍ଧୀୟ ୩୮୬ ଟି ବ୍ୟାଙ୍କ ରଣ ଆଦାୟ ମାମଲା, ପୌଜଦାରୀ, ବୈବାହିକ ଓ ଅନ୍ୟାନ୍ୟ ବିବାଦୀୟ ଦେୱାନୀ ସମ୍ବନ୍ଧୀୟ ୬ ଟି ମାମଲାର ଫଇସଲା କରାଯାଇ ମୋଟ ୧ କୋଟି ୬୭ ଲକ୍ଷ ୬୬ ହଜାର ୩୩୯୪ ଟଙ୍କା ଆଦାୟ କରାଯାଇଥିଲା । ବକେୟା ଥିବା ବିଭିନ୍ନ ଶ୍ରେଣୀ ଭୁକ୍ତ ମାମଲା ମଧ୍ୟରେ ୪ ଟି ଫୋଦାରୀ , ଏନ୍ଆଇ ଆକ୍ଟ ଧାରା ୧୩୮ ଅନ୍ତର୍ଗତ ୯ଟି ମାମଲା, ୭ଟି ବ୍ୟାଙ୍କରଣ ଆଦାୟ ମାମଲା, ୧୦ଟି ଏମ୍ଏସିଟି ମାମଲା, ବିବାହସମ୍ବନ୍ଧୀୟ ୧୨ଟି ମାମଲା , ଦେଓବାନୀ ମାମଲା ୫ଟି ଏବଂଅନ୍ୟାନ୍ୟ ୫ ଟି ଫୌଜଦାରୀ ମାମଲା ସମେତ ମୋଟ୍ ୫୨ ଟିମାମଲାର ଫଇସଲା କରାଯାଇ ୧ କୋଟି ୪ ଲକ୍ଷ ୨୯ ହଜାର୮୪୩ ଟଙ୍କା ଆଦାୟ କରାଯାଇଥିଲା । ସର୍ବମୋଟ୍ ୪୪୪ଟିବିଭିନ୍ନ ମାମଲାର ଫଇସଲା ହୋଇ ୨କୋଟି ୭୧ଲକ୍ଷ ୯୬ହଜାର ୨୩୭ ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି ।ଅନୁଷ୍ଠିତ ଏହି ଲୋକ ଅଦାଲତରେ ସଂପୃକ୍ତ ବିଚାରପତିପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟୟ ତୁଲାଇଥତ୍ରେଲ । ଏଥତେଏସ୍‌ବିଆଇ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ପିଏବି, ଇଣ୍ଡିଆନ୍ଓ ଭରସିଜ ଓ ଏଡିଏସି ଆଦି ବିଭିନ୍ନ ରାଷ୍ଟ୍ରାୟତ,ଘରୋଇ ବ୍ୟାଙ୍କର ବ୍ୟାଙ୍କ ଅଧିକାରୀ ଏବଂ ସଂପୃକ୍ତ ବିଭାଗଅଧିକାରୀ ତଥା କର୍ମଚାରୀ ମାନେ ସହଯୋଗ କରିଥିଲେ ।

Related Posts

About The Author

Add Comment