ବାରିପଦା: ବିଷାକ୍ତ ଭୋଗ ଖାଇ ୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅସୁସ୍ଥ

Spread the love

ବାରିପଦା,୧୧/୨(ସନ୍ଧାନ ନିୟୁଜ) ମୟୁରଭଂଜ ଜିଲ୍ଲା ବାରିପଦା ବ୍ଲକ ଅଧିନ ବଡ଼ଜୁଡ଼ ପଂଚାୟତର ରଙ୍ଗାମାଟିଆ ୟୁପି ସ୍କୁଲ ଓ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରର ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଷାକ୍ତ ଭୋଗ ଖାଇ ଅସୁସ୍ଥ ହୋଇ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି।

ଘଟଣା ମୁତାବକ ଗତକାଲି ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସରସ୍ୱତୀ ପୂଜାରେ ଛାତ୍ରଛାତ୍ରୀ ଓ ଏପରି କି କିଛି ଅଭିଭାବକ ମଧ୍ୟ ଚୁଡା ଭୋଗ ସେବନ କରିଥିଲେ। ବିଳମ୍ବିତ ରାତ୍ରିରେ ହଠାତ ପିଲାମାନେ ଜଣେ ପରେ ଜଣେ ଅସୁସ୍ଥତା ଅନୁଭବ କରିଥିଲେ। ଯେପରି ମୁଣ୍ଡ ବୁଲାଇବା, ପେଟ କାଟିବା, ବାନ୍ତି ହେବା ଓ ତା ସହ ଜ୍ୱର ଆସିବା। ଯାହାକୁ ନେଇ ପରିବାର ଲୋକେ ପିଲାମାନଙ୍କୁ ପ୍ରଥମେ କେସି ପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଡ଼ମିଶନ କରିବା ପରେ ଡାକ୍ତର ତାଙ୍କୁ ବାରିପଦା ରେଫର କରିଥିଲେ। ଏପରି କି ଏହି ପ୍ରସାଦ ସେବନ କରିଥିବା କିଛି ଅଭିଭାବକ ମଧ୍ୟ ଅସୁସ୍ଥ ହୋଇପଡିଥିବାର ସୂଚନା ମିଳୁଛି। ଏକା ସଙ୍ଗେ ଅଟେ ଛୁଆ ଅସୁସ୍ଥ ହୋଇ ପଡିବା ଯାହା ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି। ଡାକ୍ତରଙ୍କ କହିବା ଅନୁଯାୟୀ ଏବେ ସମସ୍ତଙ୍କ ଅବସ୍ଥା ନିୟନ୍ତ୍ରିତ ଅଛି। ଅପର ପକ୍ଷେ ବିଦ୍ୟାଳୟ ଗୁଡିକରେ ଚୁଡା ଭୋଗ ସେବନ ହୋଇଥିଲେ ମଧ୍ୟ କିପରି ବିଦ୍ୟାଳୟ କର୍ତ୍ତୃପକ୍ଷ ଏତେ ବଡ ଭୁଲ କରିବସିଲେ ସେ ବିଷୟରେ ଅନୁସନ୍ଧାନ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାରିପଦା ବ୍ଲକ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

Report – S K Baraj

Related Posts

About The Author

Add Comment