ବାରିପଦା, ୧୩/୬ (ସନ୍ଧାନ ନିୟୁଜ୍) ରାତି ପାହିଲେ ରଜ। ଚାରିଆଡେ ଖୁସିର ବାତାବରଣ। ମାତ୍ର ବାରିପଦା ବ୍ଲକ ଅନ୍ତର୍ଗତ ସଂଖାଭଙ୍ଗା ଠାରେ ଏପରି ଘଟଣା ଘଟିଲା ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଲା। ରଜ ଦୋଳିରେ ଝୁଲିବା ପାଇଁ ସଜବାଜ ହେଉଥିବା ଦୁଇ ଭଉଣୀ ଶେଷରେ ଜୁଇରେ ଚଢିଲେ। ଘଟଣା ମୁତାବକ ମୟୁରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ ଅନ୍ତର୍ଗତ ସଂଖାଭଙ୍ଗା ପଂଚାୟତର ସଢ଼େଇକଳା ଗ୍ରାମର ରାମେଶ୍ୱର ସୋରେନଙ୍କ ଦୁଇ ଝିଅ ସିଲି ସୋରେନ (୦୫) ଓ ଗଜଲଷ୍ମୀ ସୋରେନ (୦୬) ଖରାବେଳେ ଘରେ ଖେଳୁଥିବା ସମୟରେ ଫ୍ୟାନ ରେ ହାତ ବାଜିଯିବାରୁ ଫ୍ୟାନ ଟି ସେମାନଙ୍କ ଉପରେ ପଡିଯାଇଥିଲା। ଫଳରେ ଦୁଇ ଭଉଣୀଙ୍କୁ ଶକ୍ତ ବିଦ୍ୟୁତ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ଆଣିବାପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲା।
ଏ ନେଇ ସଦର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
Report by bibek