ବାରିପଦାରେ ଶ୍ରୀରାମ ମନ୍ଦିର ଶିଳାନ୍ୟାସ, ଭୂମିପୂଜନ

Spread the love

ବାରିପଦା,28.11.2020 (ଲିଙ୍ଗରାଜ ପଣ୍ଡା): ମର୍ଯ୍ୟାଦା ପୁରୁଷରୋମ  ଶ୍ରୀରାମ ଚନ୍ଦ୍ର ହେଉଛନ୍ତି ଏ ଦେଶର କୋଟି କୋଟି ଭାରତବାସୀଙ୍କ ଆତ୍ମା ଆସ୍ଥା ତଥା ବିଶ୍ୱାସର ପ୍ରତୀକ ତାଙ୍କରି ଆଦର୍ଶ ଆମ ସମସ୍ତଙ୍କର ମୂଳ ମନ୍ତ୍ର ତାଙ୍କରି ନୀତିକୁ ଅନୁସରଣ କରି ଦେଶରେ ରାମ ରାଜ୍ୟ ପ୍ରତିଷ୍ଠା କରିବା ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖି ସମସ୍ତଙ୍କର ବିକାଶ ସାଧନ ହେବା ଭଳି ଯୋଜନା ପ୍ରସ୍ତୁତ କରି ଦେଶକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ହେଉଛି ଏକମାତ୍ର ଲକ୍ଷ୍ୟ ତେଣୁ ଦଳମତ ନିର୍ବିଶେଷରେ ଏହି ଲକ୍ଷ୍ୟକୁ ପୂରଣ କରିବାକୁ ଦେଶର ଆଗ୍ରଗତିରେ ସହଭାଗୀ ହେବାକୁ ସମସ୍ତେ ଆଗେଇ ଆସି ଶ୍ରୀରାମଙ୍କ ପଦାଙ୍କ ଅନୁସରଣ କରିବା ଉଚିତ୍ ବୋଲି ବାରିପଦା ସହରର ୱାର୍ଡ ନଂ ୨୬ ଭୁଗୁଡାକଟା ଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଦୁର୍ଲଭ ନାଗାର୍ଜୁନ ବେଶ ଅବସରରେ ଶ୍ରୀରାମ ମନ୍ଦିର ଶିଳାନ୍ୟାସ ଓ ଭୂମିପୂଜନ ଉତ୍ସବରେ ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଭୁବନେଶ୍ଵର ସଂସଦ ଅପରାଜିତା ଷଡ଼ଙ୍ଗୀ , ସମ୍ମାନିତ ଅତିଥି ଭାବେ ମୟୁରଭଞ୍ଜ ସାଂସଦ ଇଂ ବିଶ୍ୱର ଟୁଡୁ ଓ ବାରିପଦା ବିଧାୟକ ପ୍ରକାଶ ସୋରେନ ଯୋଗ  ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ବିଜେପି ତା ସଭାପତି ରଶ୍ମୀରଞ୍ଜନ ମହାପାତ୍ର, ବାଲେଶ୍ୱର ର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର,ବରିଷ୍ଠ ନେତା ଜୀବନ ସାହୁ ଙ୍କ ସମେତ ସ। ଅନ୍ୟମାନେ ଉପସ୍ଥିତ ଥିଲେ ତ ଉତ୍ସବରେ ମନ୍ଦିର ଚେରିଟେବୁଲ ଟ୍ରଷ୍ଟର ପ ସଭାପତି ସୁରେଶ ଭୁଜବଳ ସଭାପତିତ୍ବ କରିଥିଲା  ବେଳେ ମଞ୍ଚ ପରିଚାଳନା କରିଥିଲେ ଶ୍ରୀରାମ ଦ ମନ୍ଦିର ଚେରିଟେବୁଲ ଟ୍ରଷ୍ଟର ସଂପାଦକ ଲକ୍ଷ୍ମୀଧର ବ। ହାବଡ଼ା। ପ୍ରଥମେ ପାଲିବୁଣୀ ଠାରୁ ଏକ ବିଶାଳ ଓ ଶୋଭାଯାତ୍ରାରେ ମୁଖ୍ୟଅତିଥି ଶ୍ରୀଯୁକ୍ତ ଷଡଙ୍ଗୀ ଗ ଓ ମୁଖ୍ୟବକ୍ତା ଅପରାଜିତା ଷଡଙ୍ଗୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସହ ମନ୍ଦିର ଭୂମି ପୂଜନ ଉତ୍ସବ ସ୍ଥଳକୁ ପାଛୋଟି ଅଣା ଯାଇଥିଲା । ଉତ୍ସବର ଆରମ୍ଭରେ ପ୍ରଥମେ କଣ୍ଠଶିଳ୍ପୀ ଭାରତୀ ବେବର୍ତ୍ତାଙ୍କ ଦ୍ଵାରା ବନ୍ଦେ ମାତରମ ସଂଗୀତ ଗାନ ପରେ ଛୋଟ ଛୋଟ ପିଲାଙ୍କ ଦ୍ଵାରା ବେଦପାଠ, ପୁଣି ଅତିଥିଙ୍କ ନିମନ୍ତେ ସାଗତ ସଂଗୀତ ପରିବେଷଣ କରାଯାଇଥିଲା। ଏହା ପରେ ଅତିଥି ମାନଙ୍କ ବକ୍ତବ୍ୟ ସମାପନ ପରେ ଶ୍ରୀରାମ ମନ୍ଦିରର ଭୂମି ପୂଜନ ଉତ୍ସବ ଆରମ୍ଭ ହୋଇଥିଲା । ଶେଷରେ ବରିଷ୍ଠ ବିଜେପି ନେତା କବି ବିଷ୍ଣୁ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ସଂଜୟ ମହାପାତ୍ର ଏବଂ ଭାରତୀ ବେବର୍ତ୍ତାଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଷଡଙ୍ଗୀ ବାରିପଦାରୁ ପ୍ରସ୍ଥାନ କରି ବାଲେଶ୍ଵର ଫେରି ଯାଇଥିବା ବେଳେ ଭୁବନେଶ୍ଵର ସଂସଦ ଅପରାଜିତା ଷଡ଼ଙ୍ଗୀ ଏହା ପରେ ଜିଲ୍ଲାର ବିଜେପି ଅଫିସକୁ ଯାଇ ସେଠାରେ କର୍ମକର୍ତ୍ତାଙ୍କ ସହ ଭେଟିବା ସହ ସ୍ଥାନୀୟ ବଜାର ଇଣ୍ଡିଆ ଠାରେ ଜିଲ୍ଲାର ବୁଦ୍ଧିଜୀବୀଙ୍କ ସହ ଏକ ବୈଠକରେ ମତ ବିନିମୟ କରିବା ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହା ପରେ ସଂଧ୍ୟାରେ ଶ୍ରୀମତୀ ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ଜିଲ୍ଲାର ବିଭିନ୍ନ ସମସ୍ୟା ସଂପର୍କରେ ଟାର୍ଗେଟ କରିଥିଲେ ।

 

Related Posts

About The Author

Add Comment