ବାରିକପୁର ବଜାର ଡ଼୍ରେନ କାମ ନିମ୍ନ ମାନର ଅଭିଯୋଗ

Spread the love

ଭଦ୍ରକ, ୨୫/୫ (ସନ୍ଧାନ ନିୟୁଜ)  ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ବଜାର ଡ଼୍ରେନ କାମ ନିମ୍ନ ମାନର ହେଉଥିବା ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି । ପୂର୍ତ ବିଭାଗ ତରଫରୁ ବଜାରର ଏକ ନିର୍ଦ୍ଧିଷ୍ଟ ସ୍ଥାନରୁ ୧୬ ନମ୍ବର ଜାତୀୟ ରାଜପଥ ଓଭରବ୍ରିଜ୍ ଯାଏଁ ଡ଼୍ରେନ କାମ ହେବାର ବ୍ୟବସ୍ଥା ହୋଇଥିବା ବେଳେ କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କ ମନମୂଖି କାମ ଯୋଗୁ ବ୍ୟବସାୟୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଆଜି ବଜାର ମଧ୍ୟରେ କିଛି ସମୟ ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିବା ବେଳେ ଯାତାୟତ ବ୍ୟବସ୍ଥାକୁ ବନ୍ଦ କରାଯାଇଥିଲା । ନୀୟମ ଅନୁଯାୟୀ କାମ ହେଉନଥିବା ବେଳେ କେଉଁଠି ହୋମ ପାଇପ୍ ପଡ଼ୁଛିତ ପୁଣି କେଉଁଠି ମାଟି ଖୋଳା ହୋଇ ଅନେକ ଦିନ ଯାଏଁ ସେହିଭଳି ନାଳକୁ ଖୋଲା ରଖାଯାଉଛି । ଏହା ଫଳରେ ଡ଼୍ରେନ ପାଶ୍ୱର୍ ଦୋକାନ କାନ୍ଥ କ୍ଷତିଗ୍ରସ୍ତ ହେଉଥିବା ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି । ଆହୁରି ମଧ୍ୟ ଠିକାଦାର ଯେଉଁ କଂକ୍ରିଟ ୱାଲ୍ ନିର୍ମାଣ କରୁଛନ୍ତି ଅପେକ୍ଷାକୃତ ଭାବେ କମ ରଡ଼୍ ବ୍ୟବହାର କରୁଥିବା ବେଳେ ସିମେଂଟର ପରିମାଣ ମଧ୍ୟ ସ୍ୱଳ୍ପ ରହୁଛି । ମାନ ଅନୁଯାଇ ଚିପ୍ସ ଓ ବାଲି ବ୍ୟବହାର ହେଉନଥିବା ବେଳେ ଡ଼୍ରେନର ସ୍ଥାୟୀତ୍ୱ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । କାର୍ଯ୍ୟର ଅବ୍ୟବସ୍ଥା ସଂପର୍କରେ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କୁହନ୍ତି କାମ ଏବେ ଆରମ୍ଭ ହୋଇଛି । କାର୍ଯ୍ୟକ୍ଷେତ୍ରରେ ଠିକାଦାର କେଉଁଭଳି ଭାବରେ କାମ କରୁଛି ତାହା କ୍ଷେତ୍ର ପରିଦର୍ଶନ କଲେ ଜଣାପଡ଼ିବ  । ବିଭାଗ ତରଫରୁ ଆକଳନ ହୋଇଥିବା ତଥ୍ୟ ଅନୁଯାୟୀ ଯଦି ଠିକାଦାର କାର୍ଯ୍ୟ ନକରେ ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Related Posts

About The Author

Add Comment