ବାରିଆ ଉଧାର କରି ଜଙ୍ଗଲରେ ଛାଡିଲା ବନ ବିଭାଗ

Spread the love

କାଶୀପୁର,  ୧୦/୦୧/୨୦ (ସନ୍ଧାନ ନିଉଜ) : ରାୟଗଡା ଜିଲା କାଶୀପୁର ବ୍ଲକ ଆଇଫାଡ କୋଲନି ନିକଟରେ ଏକ ଜଙ୍ଗଲରୁ ପଳାଇ ଆସିଥିବା ବାରିଆକୁ ଉଧାର କରି କାଶୀପୁର ବନ ବିଭାଗ କର୍ମଚାରୀ ଜଙ୍ଗଲରେ ଛାଡିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ପ୍ରାୟ ଦୁଇ ରୁ ତିନି ଦିନ ତଳେ ଜଙ୍ଗଲରୁ ଏକ ବାରିଆ ଆଇଫାଡ କୋଲୋନି ନିକଟକୁ ପଳାଇ ଆସିଥିବା ବନ ବିଭାଗ ସୂଚନା ପାଇଥିଲା। ସୂଚନା ପାଇବା ପରେ କାଶୀପୁର ବନ ବିଭାଗ ଅଧିକାରି ସନ୍ଦୀପ ପୃଷ୍ଟିଙ୍କ ଅଧୀନରେ ଏକ ଟିମ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ବାରିଆକୁ ଧରିବା ନିମନ୍ତେ ଏକ ଜାଲ ବିଛାଇଥିଲା। ଆଜି ଏହି ବିଛା ଯାଇଥିବା ଜାଲରେ ବାରିଆ ପଡିପାପରେ ବନ ବିଭାଗ ବାରିଆକୁ ଉଧାର କରି ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ପ୍ରାଣୀ ଚିକିତ୍ସାଳଲକୁ ନେଇଥିଲେ।ଏହାପରେ ଜଙ୍ଗଲରେ ଛାଡି ଦିଆଯାଇଥିବା କାଶୀପୁର ବନ ବିଭାଗ ଅଧୀକାରି ସନ୍ଦୀପ ପୃଷ୍ଟି ସୂଚନା ଦେଇଛନ୍ତି।

Related Posts

About The Author

Add Comment