ଚଣ୍ଡିଖୋଲ, ୧୨/୦୭ : ବଡଚଣା ବ୍ଲକ ଚଣ୍ଡିଖୋଲ ବନାଂଚଳ ଅଧିନସ୍ଥ ଖଟୁଆପଡା ଗ୍ରାମକୁ ଏକ ଜଙ୍ଗଲୀ ବାରହା ପଶିଆସିଥଲା । ଏହି ସମୟରେ ଭୁଷୁଣ୍ଡପୁର ପଂଚାୟତ ଖଟୁଆପଡାର ଅଶୋକ ସାମଲ ବାରାହଟିକୁ୍ ଦେଖି ଗୋଡାଇବାକୁ ଉଦ୍ୟମ କରିଥିବା ବେଳେ ବାରହାଟି ଅଶୋକଙ୍କୁ ଆକ୍ରମଣ କରିଥିଲା । ଫଳରେ ଆଶୋକଙ୍କ ଗୋଡରେ ଆଘାତ ଲାଗିବା ସହିତ ସେ ଆହତ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ମେଡିକାଲକୁ ନିଆଯାଇ ଚିକତ୍ସା କରାଯାଇଥିବା ଜଣାପଡିଛି । ଜଙ୍ଗଲ ବିଭାଗ ବାରହାଟିକୁ ଜାଲ ସାହାର୍ଯ୍ୟରେ ଧରି ଜଙ୍ଗଲକୁ ଘୋଡାଇ ଦେଇଥିବା ଏବଂ ଆହତ ବ୍ୟକ୍ତିଙ୍କୁ କ୍ଷତି ପୂରଣ ଦିଆଯାଇଛି ବୋଲି ଚଣ୍ଡିଖୋଲ ପରେଷ୍ଟର ଶଶୀକାନ୍ତ ବେହେରା ପ୍ରକାଶ କରିଛନ୍ତି । @ Sandhan news
ବାରହା ଆକ୍ରମଣରେ ଜଣେ ଗୁରୁତର
|
July 12, 2022 |



