ବାରିପଦା ୦୧/୦୮/୨୦୨୦ (ସନ୍ଧାନ ନିଉଜ) ମୟୂରଭଞ୍ଜ ଜିଲ୍ଲାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ବହୁ ଆନ୍ଦୋଳନ ଫଳରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଜିଲ୍ଲାବାସୀ ଆଜି ପର୍ଯ୍ୟନ୍ତ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ବଂଚିତ ହେଉଥିବା ଦୁର୍ଭାଗ୍ୟଜନକ । ତତ୍ସହିତ ଜିଲ୍ଲାର ରାଇରଙ୍ଗପୁର, କରଂଜିଆ ଓ ଉଦଳା ତିନି ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଭେଷଜ, ଶଲ୍ୟ, ଅସ୍ଥିଶଲ୍ୟ, ଶିଶୁ, ମହିଳା ପ୍ରସୂତୀ, ନିସ୍ତେଜକ ଆଦି ବିଶେଷଜ୍ଞ ସ୍ଥାୟୀ ପଦବୀ ପୂରଣ ସହ ଉନ୍ନତମାନର ଅପରେସନ ଥୁଏଟର ଓ ଅଭାବୀ କର୍ମଚାରୀ ପଦବୀ ପୂରଣ କରାଯାଉ ନ ଥିବା ଏବଂ ଜିଲ୍ଲାର ୨୬ ଗୋଟି ବ୍ଲକରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ମୁଖ୍ୟତଃ ସ୍ଥାୟୀଭାବେ ଭେଷଜ, ଶିଶୁ, ମହିଳା ପ୍ରସୂତୀ ଓ ଶଲ୍ୟ ବିଶେଷଜ୍ଞ ପଦ ପୂରଣ କରାଯିବା ସହିତ ଅଭାବୀ କର୍ମଚାରୀ ପୂରଣ କରାଯାଉ ନ ଥୁବାରୁ ଆଦିବାସୀ ବହୁଳ ଜିଲ୍ଲାର ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସଂପର୍କରେ ଗତ ଫେବୃଆରୀ ୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧୁକାରୀଙ୍କ ଜରିଆରେ ଭଞ୍ଜସେନା ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯିବାର ୪ ମାସ ପରେ ପୁନର୍ବାର ଗତ ୧୦ ତାରିଖ ଦିନ ଏଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧୁକାରୀଙ୍କ ସହ ସଂଗଠନର କର୍ମକର୍ତ୍ତାମାନେ ଆଲୋଚନା କରିଥିବା । ସତ୍ତେ୍ୱ ଏ ସଂପର୍କରେ ତାଙ୍କ ଦ୍ବାରା । ଅକ୍ଷମତା ପ୍ରକାଶ କରାଯାଇଥିବାର ଉଲ୍ଲେଖ କରାଯାଇଛି।
ବାରମ୍ବାର ଦାବି ତଥା କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସତ୍ତେ୍ୱ ଜିଲ୍ଲାର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରୁ ନ ଥିବା ପ୍ରତିବାଦରେ ଭଜସେନାର ସମସ୍ତ କର୍ମୀ ପୂର୍ବ ନିର୍ଦ୍ଧାରଣ କାର୍ଯ୍ୟକ୍ରମ ଅନୁଯାୟୀ କୋଭିଡ-୧୯ ନିୟମକୁ ପାଳନ କରି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଉପାୟରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ବରେ ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ବାରିପଦା ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ, ଉପସଭାପତି ପ୍ରଶାନ୍ତ ମହାନ୍ତି, ଉପସଭାପତି ଜିତୁ ଶିବାନନ୍ଦ, ସାଧାରଣ ସଂପାଦକ ମାନସ ବେହେରା, ସଂପାଦକ ରାକେଶ ମହାନ୍ତି, ବାରିପଦା ସହର ସଭାପତି ସୌମ୍ୟରଂଜନ ମିଶ୍ର, ସହର ଉପସଭାପତି ଏସକେ ରାଜା ଖାନ, ଛାତ୍ର ନେତା ରବୀନ୍ଦ୍ର ସାହୁ, ଯୁବନେତା ଅମରେଶ କୁମାର ସିଂ, ଛାତ୍ର ନେତା ରତିକାନ୍ତ ଦାସ, ସୌମ୍ୟରଂଜନ ସାହୁ, ଛାତ୍ର ନେତା ସଂଜୟ ମହାନ୍ତ, ଶମ୍ଭନାଥ ରଣା, ସ୍ଵପ୍ନ ସାହୁ, ଏମଡ଼ି ଇସ୍ରାଏଲ, ଦେବାଶିଷ ନାଏକ ପ୍ରମୁଖ ବହୁ ସଂଖ୍ୟାରେ ସାମିଲ ଥିଲେ। ଆଜିର ଏହି ବିକ୍ଷୋଭ ଧାରଣା ପ୍ରଦର୍ଶନ ସତ୍ତେ୍ୱ ଯଦି ଆଗାମୀ ଦିନରେ । ଜିଲ୍ଲାର ସ୍ୱାସ୍ଥ୍ୟ ସେବା ପ୍ରତି ଜିଲ୍ଲା ପ୍ରଶାସନ, ଜିଲ୍ଲାର ସମସ୍ତ ବିଧାୟକ ତଥା ସାଂସଦ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରା ନ ଗଲେ ଭଞ୍ଜସେନାର ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ସହିତ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବା ପାଇଁ ବାଧ୍ୟ ହେବ ବୋଲି ଭଞ୍ଜସେନାର କର୍ମକର୍ତ୍ତାଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।