ରସୁଲପୁର,୨୦ /୨ (ସନ୍ଧାନ ନିଉଜ/ ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଂଚାୟତରେ ଆଜି ମହିଳା ସଶକ୍ତିକରଣ ଓ ଜନସଚେତତନାତା କାର୍ଯ୍ର୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଂଚାୟତର ଶିଶୁ କଳାକାରମାନଙ୍କ ଦ୍ୱାରା ରାଜ୍ୟ ସରକାରଙ୍କର ଜାବତୀୟ ଜନହିତକର ଯୋଜନା ସଂପର୍କରେ ନୃତ୍ୟ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ସରପଂଚ ସୁରଜିତ୍ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତତନା କାର୍ଯ୍ୟକ୍ରମରେ ଯାଜପୁର ସାଂସଦଙ୍କ ପ୍ରତିନିଧି ପ୍ରକାଶ ସାମଲ, ଧର୍ମଶାଳା ବିଧାୟକଙ୍କ ପ୍ରତିନିଧି ଅରୁଣ ରାଉତ, କନିଷ୍ଠ ଯନ୍ତ୍ରୀ ରଜତ କୁମାର ମହାପାତ୍ର, ପ୍ରାକ୍ତନ ଜିଲାପରିଷଦ ସଦସ୍ୟ ଆକୁଳାନନ୍ଦ ଜେନାମଣୀ, ପ୍ରାକ୍ତନ ସରପଂଚ ମୋଇଉଦ୍ଧିନ ମହମ୍ମଦ, ସୁବାଷ ଖୁଂଟିଆ, ବିନୋଦ ରାଉତ, ବିଦୁ୍ୟତ ବିଭାଗ ପକ୍ଷରୁ ଜିତେନ୍ଦ୍ର ଓଝା, ରମାକାନ୍ତ ବେହେରା, ବରିଷ୍ଠ ନାଗରିକ ଗୋବିନ୍ଦ ମଳିକ, ବିମ୍ବାଧର ବିଶ୍ୱାଳ, ଯୁବନେତା ନିହାରରଂଜନ ମହାନ୍ତି, ମନୋଜ ରାଉତ,ଜ୍ଞାନରଂଜନ ରଥ, ନିତ୍ୟାନନ୍ଦ ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସରକାରଙ୍କର ଜନହିତକାରୀ ଯୋଜନା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏଥିସହ ମହିଳାମାନଙ୍କ ପାଇଁ ଉଦିଷ୍ଟ ଯୋଜନାକୁ ନେଇ ନାରୀନେତ୍ରୀ ମନୋରମା ବେହେରା, ଅଂଜନା ବେହେରା ସୂଚନା ପ୍ରଦାନ କରିଥିଲେ । ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସକାଶେ ନବୀନ ସରକାରଙ୍କ ବିଭିନ୍ନ ଯୋଜନା,ସଦ୍ବ୍ୟବହାର ଓ ଉପକାରିତା ସଂପର୍କରେ ବୁଝାଇ କହିଥିଲେ । ମହିଳାମାନେ ସେଥିରୁ ଲାଭା ଉଠାଇବା ସହ ପରିବାରର ଆର୍ଥôକ ସ୍ଥିତିକୁ ସୁଦୃଢ କରିପାରିବେ ବୋଲି ମତ ରଖିଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ବଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୧୦୦୦ ପରିବାରକୁ ଏଲଇଡି ବଲ୍ବ ପ୍ରଦାନ କରାଯାଇଥିଲା । ଏହାଛଡା ପଂଚାୟତର ୧୪୫ଜଣ ହିତାଧିକାରୀଙ୍କୁ ମଧୁବବାବୁ ପେନସନ ଯୋଜନାରେ ଭତ୍ତା ଓ ୧୦୦ ପରିବାରକୁ ରେସନ କାର୍ଡ ମିଳିପାରିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା । ଯୁବବାହିନୀ ପକ୍ଷରୁ କାର୍ଯ୍ୟକ୍ରମ ସ୍ଥଳରେ ପାନୀୟଜଳ ପ୍ରଦାନ ଓ ଶାନ୍ତିଶୃଙ୍ଖଳାକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ୧୦୦୦ ରୁ ଉର୍ଦ୍ଧ ମହିଳା ଯୋଗଦେଇଥିଲେ । ପ୍ରାରମ୍ଭରେ ସହିଦ୍ ଜବାନଙ୍କ ଉଦେଶ୍ୟରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରତିରେଖା ବେହେରା ଓ ସାଥୀମାନେ ପରିଚାଳନା କରିଥିଲେ ।
ତାଜା ଖବର
- ଚାରି ଦିନରୁ ନିଖୋଜ ଥିବା ଯୁବକ ର ଶବ ସବଡେଗା ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର, ଜଣେ ଫାୟାର ଫାଇଟର ଆହତ
- ଜଣଙ୍କ ପ୍ରୟାସରୁ ସମାଜର ଗଣଙ୍କୁ ସଫଳତା ମିଳେ: ବସ୍ତିରୁ ଶିକ୍ଷାକ୍ରାନ୍ତି ଅଭିଯାନର ବାର୍ଷିକ ଉତ୍ସବ
- ସ୍ତ୍ରୀ ଏବଂ ଦୁଇ ନିର୍ଦ୍ଦୋଷ ଝିଅଙ୍କୁ ହତ୍ୟା କରି ମୃତଦେହକୁ ସୁରକ୍ଷା ଟାଙ୍କିରେ ପୋତି ଦେଲା ସ୍ବାମୀ
- ଅହମ୍ମଦାବାଦର ଏକାଧିକ ବିଦ୍ୟାଳୟକୁ ବୋମା ଧମକ
- ଇଥିଓପିଆରେ ଗୁଞ୍ଜି ଉଠିଲା ବନ୍ଦେ ମାତରମ, ଖୁସିରେ ଝୁମି ଉଠିଲେ ପିଏମ ମୋଦୀ,
- ମୁୁଁ କ୍ଷମା ମାଗିବି ନାହିଁ, ଅପରେସନ ସିନ୍ଦୂରରେ ଭାରତର ପରାଜୟ କହିଥିବା କଂଗ୍ରେସ ନେତାଙ୍କ ବଡ ଟିପ୍ପଣୀ
- ନୂଆବର୍ଷ ପୂର୍ବରୁ ଯୁବକଙ୍କୁ ଉପହାର ଦେଇପାରନ୍ତି ଯୋଗୀ ସରକାର
- ବଡଦିନ ଓ ନୂଆବର୍ଷ ପାଇଁ ହେବ ସ୍ବତନ୍ତ୍ର ବ୍ଯବସ୍ଥା, କେବଳ ସିଂହଦ୍ଵାର ଦେଇ ଭକ୍ତ କରିବେ ପ୍ରବେଶ
- ବିସ୍କୁଟ ଲୋଭ ଦେଖାଇ ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ; ଅଭିଯୁକ୍ତ ଅଜା ଗିରଫ
- ୩୪ ଜଣ ମାଓବାଦୀ କଲେ ଆତ୍ମସମର୍ପଣ, ଘୋଷଣା ହୋଇଥିଲା ୮୪ ଲକ୍ଷ ପୁରସ୍କାର ରାଶି



