ବାରବାଟୀ ଦିନିକିଆ : ପରିଚୟ ପତ୍ର ବାଧ୍ୟତାମୂଳକ, ଜଣଙ୍କୁ ମିିଳିବ ୨ଟି ଟିକଟ

Spread the love

କଟକ,୯/୧୨ (ସନ୍ଧାନ ନିଉଜ) : ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁଥିବା ଦିନିକିଆ ସିରିଜର ତ୍ବତୀୟ ତଥା ଅନ୍ତିମ ଦିବାରାତ୍ର ମ୍ୟାଚ ଡିସେମ୍ବର ୨୨ରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ପାଇଁ ଡିସେମ୍ବର ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ୫ଟା ଯାଏ କାଉଣ୍ଟରରେ ଟିକଟ ବିକ୍ରି କରାଯିବ। ୧୨ଟି କାଉଣ୍ଟରରେ ଏହି ଟିକଟ ବିକ୍ରି ହେବ । ୧୨ଟି କାଉଣ୍ଟରରେ ସମୁଦାୟ ୧୦ ହଜାର ୫୦ଟି ଟିକଟ ବିକ୍ରି କରାଯିବ । ଟିକଟ କିଣିବା ବେଳେ କ୍ରେତାଙ୍କୁ ନିଜ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ ଏବଂ ଜଣକା ୨ଟି ଟିକଟ ନେଇପାରିବେ ବୋଲି ଓସିଏ ପକ୍ଷରୁ ସୋମବାର କରାଯାଇଥିବା ସାମ୍ବାଦିକ ସମ୍ମୀଳନୀରେ ସୂଚନା ଦିଆଯାଇଛି।

ଏହା ପୂର୍ବରୁ ବାରବାଟୀ ଦିନିକିଆ ପାଇଁ ଅନଲାଇନ ଟିକଟ ବିକ୍ରି ସରିଥିଲା। ମାତ୍ର ଏକ ଘଣ୍ଟା ୩୦ମିନିଟ ମଧ୍ୟରେ ଅନଲାଇନରେ ଥିବା ସମସ୍ଥ ଟିକଟ ବିକ୍ରି ହୋଇଥିଲା।

Related Posts

About The Author

Add Comment