ବାରକଣାରେ ସିଦ୍ଧ ମହାବୀରଙ୍କ ସପ୍ତମ ବାର୍ଷିକ ଯଜ୍ଞଉତ୍ସବ ଉଦଯାପିତ ।

Spread the love

ଜେନାପୁର/୨୩/୫ ( ସନ୍ଧାନ ନିୟୁଜ୍): ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ ଅଧିନ ବାରକଣା ଗ୍ରାମରେ ଶ୍ରୀଶ୍ରୀ ସଙ୍କଟ ମୋଚନ ହନୁମାନ ଜୀୟୁଙ୍କ ସପ୍ତମ ବାର୍ଷିକ ଯଜ୍ଞଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବୈଶାଖ ଶୁଳ୍କ ଦ୍ଵାଦଶୀ ଇଂରାଜୀ ୨୦ ତାରିଖ ଠାରୁ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଇଂରାଜୀ ୨୨ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ଏହି ଉତ୍ସବ ବାରକଣା ହାଟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ରବିବାର ଅଙ୍କୁରାରୋପଣ ଓ ସୋମବାର କଳସ ଯାତ୍ରା ଦୀପ ସ୍ଥାପନ, ଅଗ୍ନି ସ୍ଥାପନ,ମଣ୍ଡଳାଧିପୂଜା,ଜନ୍ମୋତ୍ସବ ପାଳନ, ମଙ୍ଗଳବାର ସୂର୍ଯ୍ୟ ପୂଜା, ଗୁରୁପୂଜା, ଗୋପୂଜା, ଘୃତଯଜ୍ଞ, ସହିତ ବୁଧବାର ନଗର ପରିଭ୍ରମଣ ଏବଂ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ।ବ୍ରାହ୍ମଣୀ ନଦୀରୁ ଏକ ବିରାଟ କଳସ ଶୋଭାଯାତ୍ରାରେ ୭୬ ଜଣ ପୁରୁଷ ଏବଂ ମହିଳା କଳସ ଧାରୀ ମଣ୍ଡପ ପ୍ରବେଶ କରିଥିଲେ। ଯଜ୍ଞ ର ମୁଖ୍ୟ ପଣ୍ଡିତ ହିମାଂଶୁ ଶେଖର ପଣ୍ଡା ଙ୍କ ତତ୍ୱବଧାନରେ ସିଦ୍ଧ ମହାବୀର ମନ୍ଦିର ପୂଜକ ଗିରିଧାରୀ ପଣ୍ଡା ଙ୍କ ସମେତ ୬ ଜଣ ପୂଜକ ତଥା ପଣ୍ଡିତ ଙ୍କ ଦ୍ଵାରା ସମସ୍ତ ଯଜ୍ଞ କାର୍ଯ୍ୟ ରୀତିନୀତି ଅନୁଯାୟୀ ସମ୍ପନ୍ନ ହେଉଛି। ମୁଖ୍ୟ କର୍ତ୍ତା ଭାବେ ସସ୍ତ୍ରୀକ ଅରୁଣ ଜେନା ଏବଂ ରନିତା ଜେନା ଦାଇତ୍ୱ ସମ୍ପାଦନ କରୁଛନ୍ତି।ପ୍ରତ୍ୟେକ ସନ୍ଧ୍ୟାରେ ଭଜନ କୀର୍ତ୍ତନ ସହିତ ଲଉଡ଼ି ଖେଳ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।। ଏହା ସହିତ ଦୋଳି, ମୀନାବଜାର ,ସହିତ ବିଭିନ୍ନ ଦୋକାନ ବଜାର ରେ ଲୋକ ମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି। ବଜରଙ୍ଗ କ୍ଲବ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସେଲ୍ଫି ପଏଣ୍ଟ ମେଳା ର ମୁଖ୍ୟ ଆକର୍ଷଣ ସାଜିଛି। ପାରମ୍ପରିକ ଶଗଡ଼ ଗାଡ଼ି, ରଜ ଦୋଳି ସହିତ ଗୋଆ ସି ବିଚ କଟେଜ ର ମଡ଼ର୍ଣ୍ଣ ସେଲ୍ଫି ପଏଣ୍ଟ ରେ ଯୁବ ପିଢ଼ି ଙ୍କ ଭିଡ଼ ଲାଗି ରହୁଛି। ପ୍ରତ୍ୟେକ ଦିବା ରାତ୍ର ଆନନ୍ଦ ବଜାର ର ପ୍ରସ୍ତୁତି କରାଯାଇଛି।ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ କାର୍ଯ୍ୟ ରେ ଯୋଗ ଦେଇ ସଙ୍କଟ ମୋଚନ ମହାବୀର ଙ୍କ ଆଶୀର୍ବାଦ ଲାଭ କରୁଛନ୍ତି।ଏହି କାର୍ଯ୍ୟକ୍ରମ କୁ ବଜରଙ୍ଗ କ୍ଲବ, ସିଦ୍ଧ ମହାବୀର କମିଟି ର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ସହଯୋଗ କରୁଛନ୍ତି। ଏହି ଉପଲକ୍ଷେ ଅପେରା ବାଣେଶ୍ୱରୀ ଗଣନାଟ୍ୟ ତରଫରୁ ୩ ଦିନ ପର୍ଯ୍ୟନ୍ତ ଯାତ୍ରା ପରିବେଷଣ କରାଯାଇଥିଲା,

Related Posts

About The Author

Add Comment