ବାମ୍ଫ ନେବା, କରୋନାରୁ ମିଳିବ ମୁକ୍ତି

Spread the love

ନୂଆ ଦିଲ୍ଲୀ,୨୫/୦୪/୨୧ (ସନ୍ଧାନ ନିଉଜ) : କୁହାଯାଏ ଯେ ଆବଶ୍ୟକତା ହେଉଛି ଉଦ୍ଭାବନର ମାତା। କୋଭିଡ ସମୟରେ କରୋନା ଭୂତାଣୁ କବଳରୁ ମୁକ୍ତି ପାଇବା ପାଇଁ ପରାମର୍ଶ ଦିଆଯାଉଥିବା ଘରୋଇ ଉପଚାର ମଧ୍ୟରୁ ଗୋଟିଏ ହେଉଛି ଗରମ ବାମ୍ଫ ନେବା। କିନ୍ତୁ ଯେଉଁ ପୋଲିସ୍ ନିଜ ଘର ଛାଡି ବାହାର ଜିଲ୍ଲାରେ ଡ୍ୟୁଟି କରନ୍ତି ଏବଂ କୋରୋନା ସହିତ ଚବିଶ ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖନ୍ତି, ସେମାନଙ୍କ ପାଇଁ ଶାନ୍ତିରେ ଗରମ ବାମ୍ଫ ନେବା ଟିକେ କଷ୍ଟକର। ଏଭଳି ପରିସ୍ଥିତିରେ ଗାଜିଆବାଦ ପୋଲିସ ଏକ ନୂଆ ଯୋଗାଡ଼ ଆପଣ ଦେଖିନିଅନ୍ତୁ। ଭିଡ଼ିଓ ଏବଂ ଫଟୋରେ ଦେଖାଯାଏ ଯେ, କିପରି ଏକ ପ୍ରେସର କୁକର ସହିତ ସଂଯୁକ୍ତ ପାଇପରୁ ବହୁତ ବାମ୍ଫ ବାହାରୁଛି। ପାଇପ୍ ଦେଇ ବାମ୍ଫ ବାହାରକୁ ଆସୁଛି, ପୋଲିସ୍ ଯବାନ ମାନେ ପାଟି ଏବଂ ନାକରେ ବାମ୍ଫ ନେଉଛନ୍ତି ଫିଟ୍ ରହିବା ପାଇଁ ଗଭୀର ନିଶ୍ୱାସ ନେଉଛନ୍ତି।

ଏହି ଦୃଶ୍ୟ ଗାଜିଆବାଦର ସିହାନି ଫାଟକରୁ ଆସିଛି, ଯେଉଁଠାରେ କୁକର ପାଣିରେ ଭରି ରହିଛି ଏବଂ ଉପରେ ପାଇପ୍ ଲଗାଯାଇଛି। କୁକରକୁ ଚୁଲିରେ ରଖି ଗରମ କରାଯାଉଛି। ପୋଲିସ୍ କର୍ମଚାରୀମାନେ ଗରମ ବାମ୍ଫରେ ଗଭୀର ଶ୍ୱାସ ଭରୁଛନ୍ତି। ଏଠାରେ ଅନେକ ପୋଲିସ୍ ଦିନରାତି ଡ୍ୟୁଟି କରୁଛନ୍ତି ଏଥିପାଇଁ ଏକ ଯୋଗାଡ଼ କରି ବାମ୍ଫ ନେଉଛନ୍ତି।

ଏହି କୁକର ସହିତ ସଂଯୁକ୍ତ ଗାଜିଆବାଦ ପୋଲିସର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗାଜିଆବାଦ ପୋଲିସ କହିଛି ଯେ ସମସ୍ତ ପୋଲିସ୍ ବାମ୍ଫ ନେବା ପାଇଁ ପ୍ରେସର କୁକର ଥେରାପି ବ୍ୟବହାର କରୁଛନ୍ତି। କରୋନା ସମୟରେ ପୋଲିସ ବର୍ତ୍ତମାନ ୨୪ ଘଣ୍ଟା ଧରି ରାସ୍ତାରେ ଠିଆ ହେଉଛନ୍ତି। ଏଭଳି ପରିସ୍ଥିତିରେ କରୋନା ଭୂତାଣୁ ସେମାନଙ୍କୁ ସଂକ୍ରମିତ କରିବାର ସମ୍ଭାବନା ଅଧିକ।

Related Posts

About The Author

Add Comment