ରାଇରଙ୍ଗପୁର-ତା୩୦/୦୧/୨୦୨୨(ସନ୍ଧାନ ନ୍ୟୁଜ୍)ଭାରତର ସ୍ଵାଧୀନତା ସଂଗ୍ରାମ ରେ ପ୍ରାଣବଳୀ ଦେଇଥିବା ସ୍ଵାଧିନତା ସଂଗ୍ରାମୀ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ବାମନଘାଟି ଉପଖଣ୍ଡ ପ୍ରଶାସନ ତରଫରୁ ଆଜି ସହିଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବାମନଘାଟି ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରଜକୁମାର ଦାଶ ଓ,ଏ, ଏସ୍ (ଏସ)ଙ୍କ ତତ୍ବାବଧାନରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ଆୟୋଜିତ କାର୍ଯ୍ୟ କ୍ରମ ରେ ଉପଜିଲ୍ଲାପାଳଙ୍କ ସମେତ ରାଇରଙ୍ଗପୁର ତହସିଲଦାର ଶ୍ରୀଯୁକ୍ତ ଯୋଗରଞ୍ଜନ ନାୟକ,ରାଜସ୍ଵ ଅଧିକାରୀ ଶ୍ରୀ ମତୀ ଶକୁନ୍ତଳା ହାଁସଦା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ପୂର୍ବାହ୍ନ ୧୧ଘଟିକା ସମୟରେ ୨ମିନିଟ ନିରବ ପ୍ରାର୍ଥନା କରିଥିଲେ।
ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସହିଦ ଦିବସ ପାଳନ ଅବସରରେ ଦୁଇ ମିନିଟ ନିରବ ପ୍ରାର୍ଥନା
|
January 30, 2022 |



