ରସୁଲପୁର ,୨୩/୨(ସନ୍ଧାନ ନିଉଜ/ ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ସିଂହାପୁର ପଂଚାୟତ ବାମଦେବପୁର ପଂଚାୟତରେ ଅଗ୍ନୀକାଣ୍ଡ ଘଟି ୨ ବଖରା ଘରପୋଡି ଯାଇଛି । ଅଗ୍ନିକାଣ୍ଡରେ ଘରର ଆସବସପତ୍ର ପୋଡି ପାଉଁଶ ହୋଇଯାଇଛି । କ୍ଷୟକ୍ଷତିର ମୂଲ୍ୟ ୫୦ହଜାର ଟଙ୍କା ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡିଛି ।
ପ୍ରକାଶ ଯେ ଆଜି ମଧ୍ୟାହ୍ନରେ ରୋଷେଇ ହେଉଥିବା ସମୟରେ ଚୁଲି ନିଆଁରୁ ଝୁଲ ଉଡି ଚାଳ ଛପରେ ପଡିଥିଲା । ଅଗ୍ନିକାଣ୍ଡରେ ଅମ୍ବିକା ସ୍ୱାଇଁଙ୍କର ୨ବଖରା ଘର ଜଳିଯାଇଛି । ଏ ସଂପର୍କରେ ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇ ଥିଲେ । ଏ ସଂପର୍କରେ ଖବର ପାଇ କସ୍ପା ରାଜସ୍ୱ ନିରୀକ୍ଷକ ସନ୍ତୋଷ ପରିଡା ଘଟଣା ସ୍ଥଳରେ ପହଁଚି କ୍ଷୟକ୍ଷତିରେ ଆକଳନ କରି ଫେରି ଯାଇଛନ୍ତି । କ୍ଷତିଗ୍ରସ୍ତ ପରିବାରକୁ ସରାକରୀ ସହାୟତା ପ୍ରଦାନ କରିବା ପାଇଁ ଦାବି ହେଉଛି ।
ବାମଦେବପୁରରେ ଘରପୋଡି, ୨ବଖରା ବାସଗୃହ ଜଳିଗଲା
|
February 23, 2019 |



