ବାବା ଭୈରାବାନନ୍ଦ ମହାବିଦ୍ୟାଳୟ ୧୯୯୫ ମସିହା ବ୍ୟାଚ ବନ୍ଧୁ ମିଳନ

Spread the love

ଚଣ୍ଡିଖୋଲ,୨୭ ।୧୨(ସନ୍ଧାନ ନିୟୁଜ):-ଯାଜପୁର ଜିଲ୍ଲା ବଡଚଣା ବ୍ଳକ ଅନ୍ତର୍ଗତ ଚଣ୍ଡିଖୋଲ ସ୍ଥିତ ବାବା ଭୈ÷ରାବାନନ୍ଦ ମହାବିଦ୍ୟାଳୟ ୧୯୯୫ ମସିହା ସ୍ନାତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ମହାସମାରୋହ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବାରୁଣାବନ୍ତ ପାଦଦେଶରେ ଥିବା ମା ଚଣ୍ଡିଙ୍କ ପିଠସ୍ଥିତ ପାନ୍ଥ ନିବାସରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଦିର୍ଘ ୨୩ବର୍ଷ ପରେ ଏହି ବନ୍ଧୁମିଳନ ଉସôବ ପାଳନ କରାଯାଇଥିଲା । ପ୍ରାକ୍ତନ ଛାତ୍ରସଂସଦ ସାଧାରଣ ସଂପାଦକ ପ୍ରମୋଦ ଜେନା ଓ ଅଧ୍ୟାପକ ଡ.ଦିଲ୍ଲିପ ନାୟକଙ୍କୁ ଯୁଗ୍ମ ସଂଯୋଜନାରେ ବନ୍ଧୁ ମିଳନ ଏକ ବନ୍ଧୁତ୍ୱ ସଭା କରାଯାଇଥିଲା । ଉପସ୍ଥିତ ସମସ୍ତ ପୂର୍ବତନ ଛାତ୍ର ଛାତ୍ରୀ ଏବଂ ତାଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.କେଦାରନାଥ ଦାସ, ପୂର୍ବତନ ଅଧ୍ୟାପକ ନରେନ୍ଦ୍ର ମହାନ୍ତି, ବସନ୍ତ ନାୟକ, ସୁବାଷ ବୀଶ୍ୱାଳ, ବିଣାପାଣି ପଣ୍ଡା ଓ ବିଜୟ ସାମଲଙ୍କୁ ଉପଢୌକନ ପୁଷ୍ପଗୁଛ ଦିଆଯାଇ ସମ୍ମାନିତ କରାଯାଇଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ନିର୍ମଳ ରାଉତ, ମନୋଜ ସାହୁ, ଜନ ବେହେରା, ଅଶୋକ ଦାସ, ସୁବାସ ମହାରଣା, ଶୁଶାନ୍ତ ମହାପାତ୍ର, କିଶୋର ପଲେଇ, ହିମାଂଶୁ ନାୟକ, ପବିତ୍ର ବିଶ୍ୱାଳ, ରମେଶ ରାଉତ ପ୍ରମୁଖ ପରିଚାଳନା କରିଥିଲେ । ପୂର୍ବତନ ଛାତ୍ର ଗିତିକାର ପ୍ରବୀର ଜେନାଙ୍କ ତତ୍ୱବଧାନରେ ସଙ୍ଗୀତ କାର୍ଯ୍ୟକ୍ରମକୁ ସମସ୍ତେ ମନଭରି ଉପଭୋଗ କରିଥିଲେ । ଏଥିରେ ଶିବାନୀ ମିଶ୍ର, ସଂଘମିତ୍ରା ରାୟ, ନିରୁପମା ରାଉତ, ଅନିଲାବାଳା ରଥ, ଜ୍ଞାନେନ୍ଦ୍ର ଦେଓ, ରାଧେଶ୍ୟାମ ବାରିକ, ହିମାଂଶୁ ସାମନ୍ତରାୟ, ପ୍ରମୋଦ ପଣ୍ଡା, ପରେସ କର, ଜତୀନ ଦାସ, ଶରତ ପାତ୍ର, ମନୋଜ ମହାନ୍ତି, ଅଭିଜିତ ସାମନ୍ତରାୟ, ରାଜୀବ ସାହୁ, ବାବୁଲି ବଳ, ସୁଶାନ୍ତ ଜେନା, ତପନ ମିଶ୍ର, ମୋହନ ସାହୁ,ସୁଚିତ୍ରା ସୂତା. ପ୍ରକାଶ ମହାନ୍ତି, ନିହାର ମହାନ୍ତି, ପଦୀପ ବଳ, ତୃପ୍ତି ଲେଙ୍କା, ଅଧର ଜେନା, ତରୁଣ ସାମଲ, ସରୋଜ ସାହୁ ସମେତ ଶତାଧିକ ପୁରାତନ ଛାତ୍ରଛାତ୍ରୀ ସେମାନଙ୍କ ପରିବାର ସହ ଯୋଗଦେଇ ବଣଭୋଜି ସହିତ ବନ୍ଧୁ ମିଳନକୁ ଉପଭୋଗ କରିଥିଲେ ।

Report-Anita Behera, Badachana

Related Posts

About The Author

Add Comment