ବାବା ବରୁଣେଶ୍ୱର ମେଳା ଆସନ୍ତା ୧୪ ତାରିଖ ଠାରୁ ଅନୁଷ୍ଟିତ ହେବ

Spread the love

ଯାଜପୁର ସଦର, ୫/୧/୨୬  (ସନ୍ଧାନ ନ୍ୟୁଜ )  : ଯାଜପୁର ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ବହୁ ପୁରାତନ ବରୁଣେଶ୍ୱର ମେଳା ଆସନ୍ତା ଜାନୁଆରୀ ମକର ସଂକ୍ରାନ୍ତି ୧୪ତାରିଖରେ ଅନୁଷ୍ଟିତ ହେଉଥିବା ବେଳେ, ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଅରେଇ ପଂଚାୟତ ନିକଟସ୍ଥ ବାବାଙ୍କ ମନ୍ଦିର ପରିଶରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟକ୍ରମ କରାଯାଇଥିବା ବେଳେ, ଅରେଇ ପଂଚାୟତର ସରପଂଚ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ପୂର୍ବତନ ବାଚସ୍ପତି ବିଞ୍ଝାରପୁରେ ୬ଥର ନିର୍ବାଚିତ ହୋଇଥିବା ବିରୋଧି ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲିକ ଯୋଗଦେଇନ କରିଥିଲେ । ଏହି ଅବସରରେ ବିଞ୍ଝାରପୁର ଥାନା ଅଧିକାରୀ ବିଞ୍ଝାରପୁର ବ୍ଲକ ଉନ୍ନୟନ ଅଧିକାରୀ ତହସିଲଦାର ଏବଂ ବରୁଣେଶ୍ୱର ମେଳା କମିଟିର ସଦସ୍ୟମାନେ ଯୋଗଦେଇ ଏହି ମେଳାକୁ ସରଶ ସୁନ୍ଦର କରାଯିବାପାଇଁ ପରାମର୍ଶ ଦେଇଥିଲେ । ପାନୀୟ ଜଳ ଆଲୋକ ପରିମଳ ସ୍ୱାସ୍ଥ୍ୟ ସେବା ଯାତ୍ରୀ ମାନଙ୍କ ସୁରକ୍ଷାକୁ ନେଇ ଏହି ବୈଠକ ଅନୁଷ୍ଟିତ ହୋଇଥିଲା । ପଂଚାୟତ ସମିତି ଅଧ୍ୟକ୍ଷ ଯୋଗଦେଇଥିବା ବେଳେ, ଅରେଇର ବହୁ ବୁଦ୍ଧିଜିବୀ ସରପଂଚ ସମିତି ସଭ୍ୟ ଜିଲ୍ଲାପରିଶଦ ଓ ବହୁ ବରିଷ୍ଠ ନାଗରିକ ଜିଲ୍ଲାପ୍ରଶାସନ ଅଧିକାରୀ ମାନେ ଯୋଗଦାନ କରିଥିଲେ ।

Related Posts

About The Author

Add Comment