ଇସଲାମାବାଦ, ୧୬/୦୧/୨୦ (ସନ୍ଧାନ ନିଉଜ) : ମେଜର ଜେନେରାଲ ଆସିଫ ଗଫୁରଙ୍କୁ ଗୁରୁବାର ସେନା ମୁଖପାତ୍ର ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ବାବର ଇପ୍ତିଖାର ନୂଆ ସେନା ମୁଖପାତ୍ର ଭାବେ ନିଯୁକ୍ତି ପାଇଛନ୍ତି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏବେ ସେ ଇଣ୍ଟର ସର୍ଭିସ ପବ୍ଲିକ ରିଲେଶନ(ଆଇଏସପିଆର)ର ନୂଆ ମହାନିର୍ଦେଶକ ଦାୟିତ୍ବ ସମ୍ଭାଳିବେ।
ସୂଚନା ଅନୁସାରେ, ମେଜର ଜେନେରାଲ ଗଫୁର ୧୯୮୮ମସିହାରେ ପାକିସ୍ତାନ ସେନାରେ ନିଯୁକ୍ତି ପାଇଥିଲେ। ଏହା ପରେ ତାଙ୍କୁ ୨୦୧୬ରେ ଆଇଏସପିଆରର ମହାନିର୍ଦେଶକ ପଦରେ ନିଯୁକ୍ତି ଦିଆଯାଇଥିଲା।
ବାବର ଇପ୍ତିଖାର ପାକର ନୂଆ ସେନା ମୁଖପାତ୍ର
|
January 16, 2020 |
![](https://sandhannews.com/wp-content/uploads/2020/01/asif-gafoor-and-babar-iftikar-650x430.jpg)