ବାପ ଝିଅ ସଂପର୍କରେ ଲାଗିଲା ଦାଗ; ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବାକୁ ଯାଇ ବାପହେଲା ଗିରଫ୍

Spread the love
ଯାଜପୁର/ସୁକିନ୍ଦା, ୧୫ /୧୨ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ସଂପର୍କ ହେଲା କଳୁଷିତ । ବାପ ଝିଅ ସଂପର୍କରେ ଲାଗିଲା ଦାଗ । ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରି ଗିରଫ ହୋଇଛି ବାପ । ଏଭଳି ନିନ୍ଦନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଂଚଳରେ । ଗିରଫ ଅଭିଯୁକ୍ତ ହେଲେ ବର୍ତଣ୍ଡା ଗ୍ରାମର ରବିନ୍ଦ୍ର ସେଠୀ । ସୂଚନା ମୁତାବକ ଘରେ କେହି ନଥିବା ସମୟରେ ମଦ୍ୟପାନ କରି ରବିନ୍ଦ୍ର ନିଜ ପ୍ରଥମ ପତ୍ନୀର ନାବାଳିକା ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ।
ଏହି ସମୟରେ ରବିନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ ପହଂଚି ଝିଅକୁ ଉଦ୍ଧାର କରିଥିଲା । ପରେ ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ପହଂଚି ସୁକିନ୍ଦା ସିଡିପିଓ ଙ୍କୁ ଖବର କରିଥିଲେ । ଏ ନେଇ ସିଡିପିଓ ଜିଲ୍ଲା ମଙ୍ଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କୁ ଖବର ଦେବା ସହ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାର ତଦନ୍ତ କରି ଦଫା ୩୭୬ ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ରବିନ୍ଦ୍ରକୁ ଗିରଫ କରିଛି । ସେପଟେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଉକ୍ତ ଗ୍ରାମକୁ ଯାଇ ଘଟଣାର ତଦନ୍ତ କରାଯିବା ସହ ନାବାଳିକା କୁ ଉଦ୍ଧାର କରାଯାଇଛି । ଉଦ୍ଧାର ନାବାଳିକା କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି କୁ ହସ୍ତାନ୍ତର କରାଯିବା ପରେ ତାକୁ ଥଇଥାନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ।

Related Posts

About The Author

Add Comment