ବାପ-ଝିଅଙ୍କୁ ବିଚ୍ ରାସ୍ତାରେ ଭୁଜାଲିରେ ଆକ୍ରମଣ

Spread the love

ଭଦ୍ରକ, :୧୬/୭ (ସନ୍ଧାନ ନ୍ୟୁଜ୍) -: ବାପ-ଝିଅଙ୍କୁ ଭୁଜାଲିରେ ଆକ୍ରମଣ। ବାପ-ଝିଅଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ ପଡୋଶୀ। ଭଦ୍ରକ ଟାଉନ୍ ଥାନା ଏଲଖା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଆକ୍ରମଣରେ ଉଭୟ ବାପ-ଝିଅ ଆହତ ହୋଇଛନ୍ତି।

ସୂଚନାନୁଯାୟୀ, ଭଦ୍ରକ ଟାଉନ୍ ଥାନା ଏଲଖା ଗାଁର ଦୁଇ ପରିବାରଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଲାଗି ରହି ଆସିଥିଲା। ଆଜି ରାସ୍ତାରେ ବାଲି, ଚିପ୍ସ ଗଦା ହେବାକୁ ନେଇଦୁଇ ଜଣ ବାପା-ଝିଅ ପ୍ରତିବାଦ କରିବାରୁ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅପର ପକ୍ଷ ଉଭୟ ବାପା-ଝିଅଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ଭୁଜାଲିରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଉଭୟ ବାପା-ଝିଅ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ୩ ଜଣ ଥାନାରେ ଅଟକ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଥିବା ସୂଚନା ମିଳିଛି।

Related Posts

About The Author

Add Comment