ବନ୍ତ, ୧୯/୧୧ (ସନ୍ଧାନ ନିଉଜ) : ଭାରତ ସ୍ୱାଧିନତା ଇତିହାସର ଇତିହାସ ପୃଷ୍ଠାରେ ନିଜର ପ୍ରଗତିଶୀଳ ଚିନ୍ତାଧାରା ଓ କାର୍ଯ୍ୟପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଓଡ଼ିଶା ଓ ଓଡ଼ିଆବାସୀଙ୍କ ପାଇଁ ଗର୍ବ ଓ ଗୌରବର ବାର୍ତ୍ତା ସୃଷ୍ଟି କରିଥିବା ସେହି ପ୍ରବାଦ ପୁରୁଷ ଓ ଅବିସ୍ମରଣୀୟ ପୂଜ୍ୟ ଉତ୍କଳକେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଆଉ ମାତ୍ର ଗୋଟିଏ ଦିନ ପରେ ୧୨୧ତମ ଜନ୍ମ ବାର୍ଷିକ ତାଙ୍କ ଜନ୍ମସ୍ଥାନ ଆଗରପଡ଼ାରେ ପାଳିତ ହେବାକୁ ଯାଉଛି ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏଥିପାଇଁ ହେଉଥିବା ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଂଚିଛି । ଇତି ମଧ୍ୟରେ ବିତିଯାଇଛି ଗୋଟିଏ ବର୍ଷ କିନ୍ତୁ ସେହି ପ୍ରବାଦ ପୁରୁଷ ଡ଼ ମହତାବଙ୍କ ପ୍ରତିମୂର୍ତ୍ତୀ ଟିଏ ତାଙ୍କ ଜନ୍ମସ୍ଥାନରେ ସ୍ଥାପିତ ହୋଇନ ପାରିବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ଏଠାରେ ପ୍ରକାଶ ଥାଉକି: ଭଦ୍ରକ ମହତାବ ସ୍ମାରକୀ ପରିଷଦ ଓ ଆଗରପଡ଼ା କ୍ରିୟାନୁଷ୍ଠାନ କମିଟି ସହଯୋଗରେ ପ୍ରାୟ ୮ ଲକ୍ଷ ଟଙ୍କା ବ୍ୟୟରେ ସାଡେ ୯ ଫୁଟ ଉଚ୍ଚତାର ମହତାବଙ୍କର ଏକ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତୀ ତାଙ୍କର ୧୨୦ତମ ଜନ୍ମ ବାର୍ଷିକ ଅବସରରେ ସ୍ଥାନୀୟ କଲେଜ ଛକ ଠାରେ ସ୍ଥାପନ ପାଇଁ ସ୍ଥିର କରାଯାଇଥିଲା ଓ ଏହି ଉପଲକ୍ଷେ ଗତ ବର୍ଷ ନଭେମ୍ବର ୪ ତାରିଖ ସଂଧ୍ୟାରେ ଏହାର ପାଦ ପୂଜନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସମୟରେ ଅତିରିକ୍ତ ତହସିଲଦାର ସ୍ଥାନୀୟ ପୋଲିସ ସହାୟତାରେ ଆସି ବିଭାଗୀୟ ଅନୁମତି ନଥିବା ଦର୍ଶାଇ କାର୍ଯ୍ୟକୁ ବନ୍ଦ କରିଥିଲେ । ପରେ ଜିଲ୍ଲାପାଳଙ୍କୁ କର୍ମକର୍ତ୍ତାମାନେ ଭେଟିଥିଲେ ସୁଦ୍ଧା ସେ ଅନୁମତି ଦେଇ ନଥିଲେ । ଯଦ୍ୱାରା ମହତାବ ପ୍ରେମୀମାନଙ୍କ ମହଲରେ ଗଭୀର ଅସନ୍ତୋଷ ଭାବ ସୃଷ୍ଟି ହୋଇଥିଲା ଓ ପର ମୁହୁର୍ତ୍ତରେ ସ୍ଥାନୀୟ କ୍ରିୟାନୁଷ୍ଠାନ ସଭାପତି ଇଂ ମଧୁସୂଦନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଜେପି ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳ, କୋଷାଧ୍ୟକ୍ଷ ପ୍ରଦିପ୍ତ ବିଶ୍ୱାଳ, କୃଷକ ମୋର୍ଚ୍ଚା ଉପସଭାପତି ରଥ ବେହେରା, ମହତାବ ମଣ୍ଡଳ ସଭାପତି ଗୋପାଳକୃଷ୍ଣ ଦାଶ, ପୂର୍ବତନ ସରପଂଚ ଗଂଗାଧର ପତି, ଲାଲା ସ୍ୱାଇଁ, ରୀତା ବେହେରା, ଅଶୋକ ପରିଡ଼ା,ପ୍ରଫୁଲ୍ଲ ସିଂହ,ସୁବାଶ ଦାସ, ଅରୂପ ଧଡ଼ା ପ୍ରମୁଖ ଯୋଗ ଦେଇ ଡ଼ ମହତାବଙ୍କ ପ୍ରତିମୂର୍ତ୍ତୀ ସ୍ଥାପନକୁ ବିରୋଧ କରିବା ଅର୍ଥ ଓଡ଼ିଶାକୁ ବିରୋଧ କରିବା ସଙ୍ଗେ ସମାନ ଓ ରାଜନୈତିକ ଅଭିସନ୍ଧି ରଖାଯାଇ ଏହି କାର୍ଯ୍ୟକୁ ବନ୍ଦ କରାଯାଇଛି ବୋଲି ଉକ୍ତ ସଭାରେ ଅଭିଯୋଗ କରିିଥିଲେ ଏବଂ ସେତେବେଳେ ପ୍ରଶାସନର ଏହି ନିଷ୍ପତ୍ତି କୁ ରାଜନେତା ନିରଞ୍ଜନ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ନଳିନୀ ମହାନ୍ତି , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଦ୍ରି ନାରାୟଣ ଧଳ ଏବଂ ଖାରବେଳ ସ୍ୱାଇଁ ପ୍ରମୁଖ ମହତାବଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କୁ ପ୍ରଶାସନ ବନ୍ଦ କରିବା ଘଟଣା କୁ ନେଇ ବିରୋଧାଚରଣ କରିଥିଲେ । ଯାହାକି ସେତେବେଳେ ସେମାନେ ବିଭିନ୍ନ ଗଣମାଧ୍ୟମରେ ଦେଉଥିବା ବିବୃତିରୁ ଜଣାପଡ଼ିଥିଲା । ପରେ ନବୀନ ସରକାରଙ୍କ ୪ର୍ଥ ପାଳିରେ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସଚିବାଳୟ କାର୍ଯ୍ୟାଳୟ ପରିସରରେ ପ୍ରତିମୂର୍ତ୍ତୀ ଚୟନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିବା ଓ ସେଥିରେ ମହତାବଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ଆଗରପଡ଼ା ଠାରେ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିବାର ଜଣାପଡ଼ିଥିଲା । ଇତି ମଧ୍ୟରେ ଏକ ବର୍ଷ ପୁରିବାକୁ ବସିଲାଣି କିନ୍ତୁ ଡ଼ ମହତାବଙ୍କ ପ୍ରତିମୂର୍ତ୍ତୀ ସ୍ଥାପିତ ହୋଇନପାରିବା ସରକାରଙ୍କ କାର୍ଯ୍ୟପନ୍ଥା ଭପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ସହ ମହତାବ ପ୍ରେମୀଙ୍କ ମନରେ ଘୋର ଆଘାତ ସୃଷ୍ଟି କରିଛି । ପ୍ରତିମୂର୍ତ୍ତୀ ସ୍ଥାପନ ନେଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଏଥିପାଇଁ ସ୍ଥାନ ଚୟନ ହୋଇଥିବାର ସୂଚନା ଆମ ପ୍ରତିନିଧିଙ୍କୁ ଦେଇଛନ୍ତି ।
ବାଦବିବାଦକୁ ପୁରିଲା ବର୍ଷେ……. ଜନ୍ମ ମାଟିରେ ସ୍ଥାପିତ ହୋଇପାରିଲାନି ପ୍ରତିମୃର୍ତ୍ତୀ!!!
|
November 19, 2019 |