ଭୁବନେଶ୍ୱର 26/05/2021 (ସନ୍ଧାନ ନିଉଜ) ୨୬ ମଇ ସକାଳ ସାଢ଼େ ଆଠଟାରୁ ଅତି ତୀବ୍ର ସାମୁଦ୍ରିକ ଝଡ ୟାସ ଧାମରାର ଉତ୍ତରକୁ ତଥା ବାଲେଶ୍ବର ସହର ଦକ୍ଷିଣକୁ ରେମୁଣା-ବାହନଗା ଅଞ୍ଚଳ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ପରେ ଏବେ ଉତ୍ତର ପଶ୍ଚିମ ମୁହାଁ। ଲ୍ୟାଣ୍ଡ୍ଫଲ୍ ପ୍ରକ୍ରିୟା ସରିଛି। ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟା ପ୍ରତି ୧୩୦ରୁ ୧୪୦ କିମି ବେଗରେ ପବନ ବହିଥିଲା। ଏବେ ଏହା ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। କିନ୍ତୁ ବାତ୍ୟା ଫଳରେ ଅନେକ ଘର ଉପରେ ଗଛ ପଡ଼ିଯାଇଛି। ରୋଡ୍ ଉପରେ ଗଛ ଭାଙ୍ଗି ପଡ଼ିଛି। ସେଥିପାଇଁ ପୂର୍ବ ନିୟୋଜିତ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଏବଂ ଏନ୍ଡିଆର୍ଏଫ୍, ଓଡ଼ିଶା ପୋଲିସ୍ ର ଟିମ୍ ଗଛ ଏବଂ ରାସ୍ତା ସଫା କାର୍ଯ୍ୟରେ ଲାଗିଛନ୍ତି। ବିଶେଷ ଭାବରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି। କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଇଛି। ତେବେ ଯବାନମାନେ ଜୋରଦାର ପୁନରୁଦ୍ଧାର କାମରେ ଲାଗିପଡ଼ିଛନ୍ତି। କୋଭିଡ ଗାଇଡଲାଇନ୍ ଓ ସତର୍କତା ସହ ଚାଲିଛି ପୁନରୁଦ୍ଧାର କାମ। ପୁନରୁଦ୍ଧାର କାର୍ଯ୍ୟ ଉପରେ ନିଜେ ମୁଖ୍ୟମନ୍ତ୍ରୀ ନଜର ରଖିଛନ୍ତି। ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଏବଂ ଏନ୍ଡିଆର୍ଏଫ୍ ଟିମ୍ ର କାର୍ଯ୍ୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।
ବାତ୍ୟା ୟାସ ହେଲା ଦୁର୍ବଳ ଏବେ ପୁନରୁଦ୍ଧାର କାର୍ଯ୍ୟରେ ଲାଗିଛନ୍ତି, ଏନଡିଆଏଫ, ଓଡ୍ରାଫ, ଅଗ୍ନିଶମ ବାହିନୀ
|
May 26, 2021 |