ଚାନ୍ଦବାଲି, 26/05 (ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍) ଗତ ବର୍ଷ ସାରଦ ଧାନ ନଷ୍ଟ ହୋଇଯିବା ଯୋଗୁ ଚାଷୀକୁଳ ତା ର ପରିବାର ର ଗୁଜୁରାଣ ମେଣ୍ଟାଇବା ପାଇଁ ଏବର୍ଷ ଡାଳୁ ଅ ଚାଷ ପାଇଁ ଅଣ୍ଟା ଭିଡିଥିଲେ କିନ୍ତୁ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ ଏବେ ଚାଷୀ କୂଳରେ ଚିନ୍ତା ବଢ଼ାଇବାରେ ଲାଗିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି, ତିହିଡି ବ୍ଲକ ମାନଙ୍କରେ ଶହ ଶହ ହେକ୍ଟର ଜମି ରେ ଅମଳ କ୍ଷମ ଧାନ କଟା ଯାଇନଥିବା ଯୋଗୁ ଏକ ପ୍ରକାର ଚାଷୀ ର ନିଦ ହଜାଇ ଦେଇଛି। କିଛି ମାତ୍ର ରେ ଚାଷୀ ଙ୍କ ଧାନ କଟା ସାରିଥିବା ବେଳେ ଅତ୍ୟଧିକ ମାତ୍ରା ରେ ଜମିରେ ପଡ଼ିରହିଛି। ଏହି ସମୟରେ ବାତ୍ୟା ୟାସ୍ ର ଆସିବା ଯୋଗୁ ଚାଷୀ ର ସବୁ ପରିଶ୍ରମ ଧୋଇ ଯିବାର ଆଶଙ୍କା ଉପୁଜିଛି। ପାଣିପାଗ ବିଭାଗ ର ସତର୍କତା ପରେ କିଛି ଚାଷୀ ତରବରିଆ ଭାବେ କିଛି ମାତ୍ର ଅମଳ କ୍ଷମ ରେ ସଫଳ ହୋଇଛନ୍ତି। ଗୋଟେ ପାଖେ କୋରାନା ମହାମାରୀ ଚାଷୀ ପରିବାର ର ଅଣ୍ଟା ଭାଙ୍ଗି ଦେଇଥିବା ବେଳେ ପୁଣି ଦାଉ ସାଧୁଛି ବାତ୍ୟା ୟାସ୍। ଚାଷୀ ଟିଏ ତା ସ୍ଥିତି କୁ କୌଣସି ପ୍ରକାର ସୁଧାର ଆଣିବା ପାଇଁ ଅକ୍ଷମ ହୋଇପଡିଛି। ସରକାର ଙ୍କ ର ସହାୟତା ଉପରେ ନିର୍ଭର ହୋଇ ବସିଛି। ବିଚରା ଚାଷୀ ଟିଏ ଧାର ଉଧାର କରି ଧାନ ଚାଷ କରିଥିବା ବେଳେ ପୁଣି ଏକ ପ୍ରାକୃତିକ ବିପର୍ଯ୍ୟୟ ତାର ଆର୍ଥିକ ସ୍ଥିତି କୁ ଦୁର୍ବଳ କରିଦେଉଛି। ଏପଟେ ମଧ୍ୟ ବୋଝ ଉପରେ ଲଳିତା ବିଡା ଥୋଇଲା ପରି ଜୋର୍ ଜବର୍ ଦସ୍ତ୍ କିସ୍ତି ଆଦାୟ କରୁଛନ୍ତି ଋଣ ଲଗାଣ ସଂସ୍ଥା ଏବଂ ବ୍ୟାଙ୍କ୍ ମାନେ। ଏସବୁ ପ୍ରତି ସରକାର ଧ୍ୟାନ ଦିଅନ୍ତୁ ବୋଲି ଚାଷୀ ପରିବାର ଗୁହାରି କରିଛନ୍ତି।
ବାତ୍ୟା ୟାସ ଯୋଗୁ ଭଦ୍ରକରେ ଶତାଧିକ ଚାଷ ଜମି ନଷ୍ଟ , ଚାଷୀ ମୁଣ୍ଡରେ ଭାଳେଣି
|
May 26, 2021 |
