ବାତ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ଆକାଶ
ବାତ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ଆକାଶ
Manas Kumar Rout |
May 11, 2019 |
କୋରେଇ, ୧୧/୫ (ସନ୍ଧାନ ନିୟୁଜ): ବାତ୍ୟା ‘ଫନୀ’ ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ଓଲିଉଡ୍ ଅଭିନେତା ତଥା କୋରେଇ ବିଧାୟକ ଆକାଶ ଦାସନାୟକ। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆକାଶ ୧ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି। ବାତ୍ୟା ବିପନ୍ନଙ୍କୁ ଆର୍ଥିକ ସାହାଯ୍ୟ କରିବାରେ ଆକାଶ ହେଉଛନ୍ତି ପ୍ରଥମ ଓଡ଼ିଆ ସିନେ ତାରକା। କାରଣ ଏ ପର୍ଯ୍ୟନ୍ତ କୌଣସି ଓଡ଼ିଆ ଅଭିନେତା ବା ଅଭିନେତ୍ରୀ ବାତ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଥିବା ଜଣାପଡ଼ି ନାହିଁ।

Related Posts
About The Author