ବାଲେଶ୍ୱର, 26/05/2021 (ସନ୍ଧାନ ନିଉଜ): ବାଲେଶ୍ୱର, ବାହାନଗା, ରେମୁଣା ଦେଇ ଓଡିଶା ଅତିକ୍ରମ କରିଛି ସାମୁଦ୍ରିକ ଝଡ ୟାସ୍ । 3 ରୁ 4 ଘଣ୍ଟା ଧରି ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବା ପରେ ବାଲେଶ୍ବର,ଭଦ୍ରକ,କେନ୍ଦ୍ରାପଡା ଏବଂ ମୟୂରଭଞ୍ଜରେ ପ୍ପାରବଳ ବର୍ଷା କାରଣରୁ କିଛି ସ୍ଥାନରେ ଫ୍ଲାସ ଫ୍ଲଡ଼ ହେବାର ଆଶଙ୍କା ହୋଇଛି । ଯଦିଓ ନଦୀର ବିପଦ ସଙ୍କେତ ତଳେ ଜଳ ସ୍ତର ରହିଛି । ଶିମିଳିପାଳରେ ଅଧିକ ବର୍ଷା ହେଉଥିବାରୁ ବୁଢ଼ା ବଳଙ୍ଗରେ ଫ୍ଲାସଫ୍ଲଡ଼ ହେବାର ସମ୍ଭାବନା ଅଧିକ ରହିଛି । ତଥାପି ଆଗୁଆ ସତର୍କତା ପଦକ୍ଷେପ ମୂଳକ ମୟୁରଭଞ୍ଜ ଜିଲ୍ଲାପାଳ କିଛି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି ।
ବାତ୍ୟା ପରେ ବନ୍ୟା ଭୟ, ମୟୂରଭଞ୍ଜରେ ଲକ୍ଷେ ଲୋକ ସ୍ଥାନାନ୍ତର
|
May 26, 2021 |