ଧର୍ମଶାଳା, ୧୪/୯ (ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳା ତହସିଲ ଅନ୍ତର୍ଗତ ବାଜବାଟି କଳାପଥର ଖାଦାନରେ ଗତ ବହୁ ଦିନ ଧରି କିଛି ପଥର ମାଫିଆଙ୍କ କବଜାରେ ଅଛି ।ଉକ୍ତ ମାଫିଆ ମାନେ ବେଆଇନ ଭାବେ ବ୍ଲାଷ୍ଟିଙ୍ଗ୍ କରି ଶହଶହ ଟ୍ରୁପ୍ କଳାପଥର ଚୋରା ଚାଲାଣ କରୁଛନ୍ତି । ଉକ୍ତ କଳାପଥର ଖାଦାନଟି ନାକପୋଲ ରେଭେନୁ୍ୟ ସର୍କଲ ଠାରୁ ମାତ୍ର ୧ କିମି ମଧ୍ୟରେ ଅବସ୍ଥିତ । ଏହି ଖାଦାନଟି ବାଜବାଟୀ ରେଭେନୁ୍ୟ ଗ୍ରାମ ଠାରୁ ୫୦ ମିଟର ମଧ୍ୟରେ ଅବସ୍ଥିତ । ଏଠାରେ ଅଙ୍ଗନବାଡି ଘର, ଟେଲିଫୋନ୍ ଟାୱାର, ଗଉଡ ବୁଢ଼ା ମନ୍ଦିର (ପ୍ରାଚୀନ) ଅବସ୍ଥିତ । ଉକ୍ତ ଖାଦାନଟି ସମତଳଠାରୁ ୨୦୦ ମିଟର ପର୍ଯ୍ୟନ୍ତ ଗଭୀର ହୋଇ ପଥର ଉତୋଳନ ହେଉଛି । ଏଠାରେ ବେଆଇନ ବ୍ଲାଷ୍ଟିଙ୍ଗ୍ ଦ୍ୱାରା ଘରଦ୍ୱାର ଭାଙ୍ଗିଯାଉଛି । ଉକ୍ତ ବିପଦସଂକୁଳ ଖାଦାନରେ ଗୋରୁଗାଈ ପଡି ମରୁଛନ୍ତି । ସରକାରଙ୍କ ନିୟମ ଥିବା ସମତଳଠାରୁ ୬ମିଟରରୁ ଅଧିକ ଖାଲ ହୋଇନଥିବ ଏବଂ ରାସ୍ତା, ସ୍କୁଲ ଓ ପ୍ରାଚୀନ ମନ୍ଦିର ଠାରୁ ୫୦ ମିଟର ମଧ୍ୟରେ ନଥିବ ।କିନ୍ତୁ ମାଫିଆଙ୍କ ଲାଗି ପ୍ରଶାସନର ସମସ୍ତ ନିୟମ ଫେଲ୍ ମାରିଛି । ପ୍ରଶାସନର ଉଚ୍ଚ ଅଧିକାରୀ ମାନେ ଏହା ଉପରେ ଦୃଷ୍ଟି ଦେଇ ଏହାକୁ ସୁରକ୍ଷା କରିବାକୁ ସାଧରଣରେ ଦାବି ହେଉଛି ।
ବାଜାବଟିରେ ମାତିଛନ୍ତି କଳାପଥର ମାଫିଆ, ପାହାଡ ହେଉଛି ଶୁନ
|
September 14, 2019 |



