ବାରିପଦା ୧୪/୦୫ (ସନ୍ଧାନ ନିଉଜ): ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଡେପୁଟି ଡ଼ାଇରେକ୍ଟର କପିଳ ଦାସଙ୍କ ଉଦ୍ୟମରେ ଟଙ୍ଗାବିଲା ନିକଟରେ ଏକ ଶିକାରୀ ରାକେଟକୁ ବନବିଭାଗ ଧରିଛି। ବାଘ ଚମଡା ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରାଯାଇଛି। ଧରାପଡିଥିବା ବ୍ୟକ୍ତିମାନେ ହେଲେ କରଞ୍ଜିଆ ଅଞ୍ଚଳର ସୁବାଷ ସାହୁ, କ୍ଷୀରୋଦ ମହାନ୍ତ ଓ ରଣଜିତ ନାଏକ। ଚତୁର୍ଥ ଗିରଫ ବ୍ୟକ୍ତି ଜଣକ ଗଣେଶ୍ୱର ସିଂ। ସେ ଠାକୁରମୁଣ୍ଡା ଡାକ୍ତରଖାନାରେ ସୁଇପର ଭାବେ କାର୍ଯ୍ୟ କରନ୍ତି। ଗଣେଶ୍ୱର ସହିତ ରସମତଳା ଓ କରଞ୍ଜିଆ ବଜାର ତିନି ଜଣ ସାମିଲ ଥିବାର ବନବିଭାଗ କର୍ମଚାରୀ ପ୍ରକାଶ କରିଛନ୍ତି। ଉଦ୍ଧାର ବାଘ ଚମଡାକୁ ଦେଖିଲା ପରେ ବନ ବିଭାଗ କର୍ମଚାରୀ ଅନୁମାନ କରୁଛି ଏହା ଦୁଇବର୍ଷ ପୂର୍ବରୁ ହତ୍ୟା କରାଯାଇଥିବା ବାଘର। ଶିମିଳିପାଳ ଅଞ୍ଚଳରେ ହତ୍ୟା କରାଯାଇଛି।
ବାଘ ଛାଲ ଜବତ, ୪ ଗିରଫ
|
May 14, 2020 |



